ଏଥର ଘରକୁ ଘର ବୁଲି ଡେଙ୍ଗୁ ମଶା ଖୋଜିବ ବିଏମସି । ଯାହା ଘରୁ ଡେଙ୍ଗୁ ମଶା ବାହାରିବ, ହଜାରେ ଟଙ୍କା ଫାଇନ ଆଦାୟ କରିବ ବିଏମସି । ସେହିପରି ହୋଟେଲ ତଥା ବ୍ୟାବସାୟିକ ପ୍ରତିଷ୍ଠାନ ପରିସରରେ ଡେଙ୍ଗୁମଶା ପାଇଁ ଅନୁକୁଳ ପରିବେଶ ଦେଖିଲେ ପାଞ୍ଚହଜାର ଟଙ୍କା ଫାଇନ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି ବିଏମସି । ଆସନ୍ତା 15 ତାରିଖ ପରଠାରୁ ଡେଙ୍ଗୁ ମଶା ଖୋଜିବା ଅଭିଯାନ ଆରମ୍ଭ କରିବ ବିଏମସି । ଏପର୍ଯ୍ୟନ୍ତ ଡେଙ୍ଗୁ ଜ୍ବରରେ ରାଜଧାନୀରେ ଦୁଇଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦଶଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । 924 ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ 427 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here