ଶୁକ୍ରବାରଠୁ ତିନିଦିନିଆ ଗଞ୍ଜାମ ଗସ୍ତରେ ଯିବେ 5ଟି ସଚିବ ଭି.କେ. ପାଣ୍ଡିଆନ୍ । ଗସ୍ତପୂର୍ବରୁ ପାଣ୍ଡିଆନଙ୍କୁ ଜୋରଦାର ବିରୋଧ ପାଇଁ ସଜବାଜ ହୋଇଛନ୍ତି ବିରୋଧୀ । କାାନ୍ଥବାଡରେ ପାଣ୍ଡିଆନଙ୍କୁ ବିରୋଧ କରି ଲେଖାହେିଛି ସ୍ଲୋଗାନ । “ଶୋଇଛି ନବୀନ, ଉଡେ ପାଣ୍ଡିଆନ, ଚାକର ବିଜେଡି, ଗୁମାସ୍ତା ରାଜୁତି, ନବୀନ କାଠରେ , ପାଣ୍ଡିଆ ମଞ୍ଚରେ” .. ଏମିତି ଅନେକ ସ୍ଲୋଗାନ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାନ୍ଥ ପାଚେରୀରେ ଲେଖାଯାଇଛି । ଗୋପାଳପୁର ବିଧାୟକ ତଥା ବିଜେଡିରୁ ବହିଷ୍କୃତ ନେତା ପ୍ରଦୀପ ପାଣିଗ୍ରାହୀ ସିଧାସଳଖ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିଛନ୍ତି । ଆସନ୍ତାକାଲି ପାଣ୍ଡିଆନଙ୍କ ସଭାସ୍ଥଳକୁ ସେ ମଧ୍ୟ ଯିବେ ବୋଲି କହିଛନ୍ତି । ଯଦି ତାଙ୍କ ଉପରେ ଆକ୍ରମଣ ହୁଏ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି । ଅମଲା କୈନ୍ଦ୍ରିକ ଶାସନ ବ୍ୟବସ୍ଥା ଗଣତନ୍ତ୍ର ପ୍ରତି ବିପଦ ବୋଲି କହି ପାଣ୍ଡିଆନଙ୍କ ଗସ୍ତକୁ ସମାଲୋଚନା କରିଛନ୍ତି ପ୍ରଦୀପ ।
ଜିଲ୍ଲା ବିଜେପି ମଧ୍ୟ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ସରକାରୀ ରାଜକୋଷରୁ ଖର୍ଚ୍ଚ କରି ସଚିବ ହେଲିକପ୍ଟରରେ ଉଡିବା କି ପ୍ରକାର ବିକାଶ ବୋଲି ବିଜେପି ପ୍ରଶ୍ନ କରିଛି ।
ସତ୍ୟବାଦୀରେ ପାଣ୍ଡିଆନଙ୍କ ଉପରକୁ କାଳି ଫୋପାଡିବା ଘଟଣା ପରେ ତାଙ୍କ ସୁରକ୍ଷା ପୋଲିସ ଅଧିକ ସଜାଗ ରହିଛି ।