ଦୁଇ ଦେଶ ମଧ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଯୁଦ୍ଧ । ପ୍ରଥମ କୋଡିଏ ମିନିଟରେ ଇସ୍ରାଏଲ ଉପରେ ପାଞ୍ଚ ହଜାର ରକେଟ ମାଡ କରିଛି ହମାସ୍ । ଶନିବାର ଦିନ ପାଲେଷ୍ଟାନୀୟ ଦେଶ ହମାସର ଏହି ଆକ୍ରମଣ ପରେ ଇସ୍ରାଏଲ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଛି । ହମାସର ଏହି ଆକ୍ରମଣ ପାଇଂ ତାକୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟୁହୁ କହିଛନ୍ତି । ତେବେ ଗାଜାରୁ ଇସ୍ରାଏଲ ଉପରକୁ ରକେଟ ମାଡ କରାଯାଇଥିବାରୁ ଇସ୍ରାଏଲ ଯୁଦ୍ଧ ପାଇଁ ସେନା ବାହିନୀକୁ ପ୍ରସ୍ତୁତ ରହବିକାୁ ନିର୍ଦ୍ଦେଶ ଦେଇଛି । ଇସ୍ରାଏଲରେ ରହୁଥିବା ଭାରତୀୟମାନେ ନିରାପଦ ସ୍ଥାନକୁ ଚାଲିଯିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି ।
ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ହମାସ ରକେଟ ଆକ୍ରମଣ କରି ମସ୍ତବଡ ଭୁଲ୍ କରିଛି । ସେଥିପାଇଁ ତାର ପରିଣାମ ଭୋଗ କରିବାକୁ ହେବ ।

LEAVE A REPLY

Please enter your comment!
Please enter your name here