ଇସ୍ରାଏଲ ଓ ଗାଜା ଯୁଦ୍ଧ ଲାଗି ରହିଥିବା ବେଳେ ଲେବାନନ ପଟରୁ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ ହୋଇଥିବା ଇସ୍ରାଏଲ ସେନା କହିଛି । ପାଲେଷ୍ଟାଇନ ହମାସ ବିରୋଧରେ ଇସ୍ରାଏଲ ଯୁଦ୍ଧ ଜାରି ରଖିଥିବା ବେଳେ ଏବେ ପାଲେଷ୍ଟାଇନକୁ ଲେବାନନର ହିଜବୁଲ୍ଲା ଆତଙ୍କବାଦୀ ଗୋଷ୍ଠୀ ସମର୍ଥନ କରୁଛି । ଅନ୍ୟପକ୍ଷରେ ଆମେରିକା ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛି । ପାଞ୍ଚଦିନ ଧରି ଲାଗିରହିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ 3600 ଲୋକ ପ୍ରାଣ ହରାଇଲେଣି । ହମାସଙ୍କ କବଳରୁ ଗାଜାକୁ ମୁକ୍ତ କରିବା ପାଇଁ ଇସ୍ରାଏଲ ଉଦ୍ୟମ ଜାରି ରଖିଛି । ଗାଜା ସହରକୁ ପାଣି, ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି । ପାଲେଷ୍ଟାଇନ ଆତଙ୍କବାଦୀ ହମାସଙ୍କୁ ସଂପୂର୍ଣ୍ଣ ନିପାତ କରିବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ଇସ୍ରାଏଲ ସରକାର ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here