ବେଙ୍ଗାଲୁରର ଦି ମାଇଣ୍ଡଫୁଲ୍ ଆଲ ଲାବ୍ କଂପାନୀର ସିଇଓ 39 ବର୍ଷୀୟା ସୂଚନା ସେଠ୍ । ଜାନୁଆରୀ 8 ତାରିଖରେ ସେ ଗୋଆ ହୋଟେଲ୍ ଛାଡିବାର କିଛି ସମୟ ପରେ ହୋଟେଲ କର୍ମଚାରୀମାନେ ରୁମ୍ ସଫା କରିବା ଆରମ୍ଭ କରିଥିଲେ । ହୋଟେଲ ରୁମ୍ ଭିତରୁ ମିଳିଥିବା ଏକ ଟାଓ୍ୱେଲରେ କର୍ମଚାରୀମାନେ ରକ୍ତର ଦାଗ ଦେଖିବାକୁ ପାଇଲେ । କର୍ମଚାରୀମାନେ ଏ ସଂପର୍କରେ ହୋଟେଲ ମ୍ୟାନେଜରଙ୍କୁ ଜଣାଇବା ପରେ ପୋଲିସକୁ ଖବର ଦିଆଯାଇଥିଲା । ଗୋଆ ପୋଲିସ ହୋଟେଲରେ ପହଞ୍ଚିବା ପରେ ସୂଚନା ସେଠ୍ କାବ୍ ବୁକ୍ କରି ଗୋଆରୁ ବେଙ୍ଗାଲୁର ଯାଇଥିବା ଜାଣିବାକୁ ପାଇଥିଲେ । ୟେଉଁ କାବରୁ ସେ କାର୍ ନେଇଥିଲେ, ପୋଲିସ କାବ୍ ଡ୍ରାଇଭରଙ୍କୁ ଯୋଗାଯୋଗ କରିଥିଲା । ଏବଂ ନିକଟସ୍ଥ ପୋଲିସ ଥାନାକୁ କାର୍ ନେବା ପାଇଁ କହିଥିଲା । ଡ୍ରାଇଭର କାରଟିକୁ ପୋଲିସ ଥାନାକୁ ନେବା ପରେ ସୂଚନା ସେଠଙ୍କୁ ପୋଲିସ ଥାନାରେ ଅଟକାଇଥିଲା । ସୂଚନାଙ୍କ ବ୍ୟାଗରୁ ତାଙ୍କ ଚାରିବର୍ଷ ପୁଅର ମୃତଦେହ ମିଳିଥିଲା । ଗୋଆ ପୋଲିସ ସୂଚନାଙ୍କୁ ଗିରଫ କରି ଗୋଆ ଆଣିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ସୂଚନା ସେଠ୍ ପୋଲିସ ଆଗରେ ସ୍ବୀକାର କରିଥିଲେ, ସେ ତାଙ୍କ ଚାରିବର୍ଷର ପୁଅକୁ ହତ୍ୟା କରିଛନ୍ତି । ହତ୍ୟା କରିବା ପଛର କାରଣ ଥିଲା, ତାଙ୍କ ସ୍ବାମୀଙ୍କ ସହ ଛାଡପତ୍ର ପରେ କୋର୍ଟ ତାଙ୍କ ସ୍ବାମୀଙ୍କୁ ପୁଅକୁ ଦେଖିବା ପାଇଁ ଅନୁମତି ଦେଇଥିଲେ । ମାତ୍ର ସୂଚନା ସେଠ୍ ଚାହୁଁ ନ ଥିଲେ, ଇଣ୍ଡୋନେସିଆରେ ରହୁଥିବା ତାଙ୍କ ସ୍ବାମୀ ଭେଙ୍କଟ ରମଣ ପୁଅକୁ ଦେଖନ୍ତୁ ବୋଲି । ଗତ 6 ତାରିଖରେ ତାଙ୍କ ସ୍ବାମୀ ମେସେଜ୍ କରିଥିଲେ, ସେ ପୁଅକୁ ଦେଖିବାକୁ ଆସୁଛନ୍ତି ଏବଂ ପୁଅକୁ ଦେଖି ସାରିବା ପରେ ସେହିଦିନ ସେ ଇଣ୍ଡୋନେସିଆ ଫେରିଯିବେ । ମାତ୍ର ସୂଚନା ସେଠ୍ ସ୍ବାମୀଙ୍କ ଉପରେ ରାଗ ଶୁଝାଇବା ପାଇଁ ପୁଅକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ଗୋଆ ପୋଲିସ ନିକଟରେ ହତ୍ୟାକାଣ୍ଡ ସ୍ବାକୀର କରିବା ପରେ ମହିଳାଙ୍କ ମୁହଁରେ ଆଦୌ ପଶ୍ଚାତାପ ନ ଥିବା ଗୋଆ ପୋଲିସକୁ ଆଶ୍ଚର୍ଯ୍ୟ କରିଥିଲା ।

LEAVE A REPLY

Please enter your comment!
Please enter your name here