ଶେଷରେ ଅଯୋଧ୍ୟାରେ ବିରାଜିଲେ ରାମଲଲା । ଆଜି ରୀତିନୀତି ସହକାରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ସଂପନ୍ନ ହୋଇଛି । 51 ଇଞ୍ଚ ଉଚ୍ଚତାର ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ କର୍ତ୍ତା ଭାବେ ନୀତି ସଂପାଦନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ସମୟରେ କାଶୀପୀଠ ବେଦଜ୍ଞ ବ୍ରାହ୍ମଣଙ୍କ ବେଦପାଠ, ମନ୍ତ୍ର ଉଚ୍ଚାରଣ ସହ ଜୟ ଶ୍ରୀରାମ ଧ୍ବନୀରେ ଅଯୋଧ୍ୟା ପ୍ରକମ୍ପିତ ହୋଇଥିଲା । ଆକାଶମାର୍ଗରୁ ହେଲିକପ୍ଟରରୁ ପୁଷ୍ପବୃଷ୍ଟି କରାଯାଇଥିଲା । କେବଳ ଅଯୋଦ୍ୟା ନୁହେଁ ସାରାଦେଶ ଜୟ ଶ୍ରୀରାମ ଧ୍ବନୀରେ ଆଜି ଗୁଞ୍ଜରିତ ହୋଇ ଉଠିଥିଲା ।
ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ସମଗ୍ର ଅଯୋଧ୍ୟା ଆଜି ରଙ୍ଗବେରଙ୍ଗ ପୁଳରେ ସଜେଇ ହୋଇଥିଲା । ସକାଳୁ ସକାଳୁ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା । ସରଯୁ ନଦୀରେ ସ୍ନାନ କରି ବେଦଜ୍ଞ ବ୍ରାହ୍ମଣମାନେ ମନ୍ତ୍ର ଉଚ୍ଚାରଣ ପୂର୍ବକ ଯଜ୍ଞ ଆରମ୍ଭ କରିଥିଲେ । କର୍ଚ୍ଚା ଭାବେ ହାତରେ କୁଶବଟୁ ପିନ୍ଧି ବସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆରଏସଏସ ମୁଖ୍ୟ ମୋହନ ଭାଗବତ, ଯୋଗୀ ଆଦିତ୍ୟନାଥ ପ୍ରମୁଖ ଗର୍ଭଗୃହରେ ଉପସ୍ଥିତ ଥିଲେ । ପ୍ରାଣ ପ୍ରତିଷ୍ଠା ପାଇଁ ଶୁଭ ସମୟ 12. 02 ରୁ 12.30 ସମୟ ଧାର୍ଯ୍ୟ କରାଯାଇଥିଲା । ଦେଶର ବହୁ ପ୍ରତିଷ୍ଠିତ ସିନେତାରକା, ଶିଳ୍ପପତି ତଥା ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ଶୂଭମୁହୂର୍ତ୍ତକୁ ଅନୁଭବ କରିବା ପାଇଁ ଅଯୋଧ୍ୟାରେ ଉପସ୍ଥିତ ଥିଲେ । ତେବେ ବିରୋଧୀ ଦଳଗୁଡିକ ଏହି କାର୍ଯ୍ୟରୁ ନିଜକୁ ଦୂରେଇ ରଖିଥିଲେ ।

LEAVE A REPLY

Please enter your comment!
Please enter your name here