ଯେତେ କସରତ କଲେ ବି ଭାଗ ଛିଣ୍ଡିଲାନି । ବିଜେପି କଥାରେ ବିଜେଡି ରାଜି ହେଲାନି କି ବିଜେଡି ପ୍ରସ୍ତାବରେ ବିଜେପି । ବିଜେପି ଚାହୁଁଥିଲା 21 ଲୋକସଭା ଆସନରୁ 14 ଆସନ ନେବ । ସେହି ଅନୁପାତରେ ବିଧାନସଭା ଆସନ ବିଜେଡିକୁ ଛାଡିଦେବ । ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଜେଡି ମେଣ୍ଟ କରିବାକୁ ଯାଉଛି ବୋଲି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଥିଲେ । ମାତ୍ର ଗତ ଦୁଇସପ୍ତାହ ଧରି ଚାଲିଥିବା ମେଣ୍ଟ କସରତ ଫେଲ୍ ମାରିଲା । ଏବେ ନିର୍ବାଚନରେ ଏକାକୀ ଲଢିବାକୁ ଘୋଷଣା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଅନୁରୂପ ଭାବେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବି ଟ୍ବିଟ୍ କରି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ତାଙ୍କ ଦଳ ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଥିବା ଲେଖିଛନ୍ତି । ଏହି ଘୋଷଣା ପରେ ଦୁଇଦଳର ଆଶାୟୀ ନେତାମାନେ ଟିକଟକୁ ନେଇ ଉତ୍ସାହିତ ହୋଇଛନ୍ତି । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମେଣ୍ଟ ପାଇଁ ଦୁଇ ଦଳ ଚୂଡାନ୍ତ ପ୍ରସ୍ତୁତି କରିସାରିଥିବା ବେଳେ ଏବେ ନିର୍ବାଚନ ରଣାଙ୍ଗନରେ ପରସ୍ପରର ଗୋହି ଖୋଳିବା ଆରମ୍ଭ କରିବେ ।

LEAVE A REPLY

Please enter your comment!
Please enter your name here