ଜେଲ୍ ଭିତରେ ରହି ସରକାର ଚଳାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ମଦ ଦୁର୍ନୀତି ମାମଲାରେ ଇଡି ହାଜତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜେଲ୍ ଭିତରୁ ପ୍ରଥମ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେ ତାଙ୍କ ପ୍ରଥମ ନିର୍ଦ୍ଦେଶନାମାରେ ଜଳ ସଂକଟ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଅଧିକ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଜଳ ବିଭାଗ ମନ୍ତ୍ରୀ ଅତିଶଙ୍କୁ ଏ ସଂପର୍କିତ ନିର୍ଦ୍ଦେଶ ଦେଇଛନ୍ତି । କେଜ୍ରିଓ୍ୱାଲ କହିଛନ୍ତି, ସେ ଜେଲ୍ ରେ ଥିବା କାରଣରୁ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ, ଏହା ସେ ଚାହାନ୍ତି । ତାଙ୍କର ଏକ ନୋଟସିଟ୍ ନିର୍ଦ୍ଦେଶକୁ ବିଭାଗକୁ ପଠାଇ ଦିଆଯାଇଥିବା ଆପ୍ ପକ୍ଷରୁ କୁହାଯାଇଛି । ଏଥିସହିତ ଆପ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ନେତୃତ୍ବ ପରିବର୍ତ୍ତନ ହେବାର ପ୍ରଶ୍ନ ଉଠୁନି । କେଜ୍ରିୱାଲ ଜେଲରୁ ସରକାର ଚଲାଇବେ । ସୂଚନାଯୋଗ୍ୟ ମଦନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ କେଜ୍ରିଓ୍ୱାଲଙ୍କୁ ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ତଦନ୍ତକାରୀ ସଂସ୍ଛା ରିମା୍ଡକୁ ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here