ପ୍ରମୁଖ ଡାଏରୀ କମ୍ପାନୀ ମଦର ଡାଏରୀ କହିଛି, ପ୍ରତିଯୋଗିତା କରିବା ପାଇଁ କମ୍ପାନୀ ନିଜର ଦୁଗ୍ଧଜାତୀୟ ଦ୍ରବ୍ୟ ଉପରେ ଥିବା ମୂଲ୍ୟକୁ ହ୍ରାସ କରିବନି. ବାବା ରାମଦେବଙ୍କ ପତଞ୍ଜଳି ଗ୍ରୁପ୍ ଦ୍ୱାରା ପ୍ରଥମଥର ଡାଏରୀ ବଜାରରେ ପ୍ରବେଶ କରିଥିବା କମ୍ ମୂଲ୍ୟର ଦୁଗ୍ଧଜାତୀୟ ଦ୍ରବ୍ୟ ଉପରେ ମଦର ଡାଏରୀ ଏପରି କହିଛି. ଦିଲ୍ଲୀ ଏନସିଆରରେ ପ୍ରତିଦିନ ସାତଲକ୍ଷ ଲିଟର କ୍ଷୀର ବିକ୍ରି କରୁଥିବା ମଦର ଡାଏରୀ କହିଛି, ପତଞ୍ଜଳିର ଡାଏରୀ ବଜାରରେ ପ୍ରବେଶ କଲେ ଏହାର ପ୍ରଭାବ କମ୍ପାନୀ ଉପରେ କିଛି ପଡିବନି. ପତଞ୍ଜଳି ବିକ୍ରି କରୁଥିବା କ୍ଷୀରର ମୂଲ୍ୟ ଲିଟଟର ପ୍ରତି 40 ଟଙ୍କା ଥିବା ବେଳେ ମଦର ଡାଏରୀର କ୍ଷୀର ଲିଟର ପିଛା 42 ଟଙ୍କା ରହିଛି. ତେବେ 2020 ଭିତରେ ପତଞ୍ଜଳୀ ଏକ ହଜାର କୋଟି ଟଙ୍କାର ବ୍ୟବସାୟ କରିବ ବୋଲି ଲକ୍ଷ ଧାର୍ଯ୍ୟ କରିଛି.