ଇରାନରୁ ଫେରିଲେ ଭାରତୀୟ। ଅପରେସନ ସିନ୍ଧୁରେ ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି ୧୧୦ ଭାରତୀୟ ଛାତ୍ରଛାତ୍ରୀ। ଇରାନ-ଇସ୍ରାଏଲ ଯୁଦ୍ଧ ସଂକଟରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଅପରେସନ ସିନ୍ଧୁ ଅଭିଯାନ। ଏଥିରେ ପାଖାପାଖି ୧୦ ହଜାର ଭାରତୀୟଙ୍କୁ ଉଦ୍ଧାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଫେରିଥିବା ୧୧୦ ଜଣଙ୍କ ମଧ୍ୟରୁ ୯୦ ଜଣ ଛାତ୍ରଛାତ୍ରୀ କେବଳ କାଶ୍ମୀର ହୋଇଥିବା ଜଣାପଡ଼ିଛି














