ବିଧାନସଭାରେ ହଙ୍ଗାମା କରିପାରିବେନି ବିଧାୟକ । ବିଧାନସଭା ପରିଚାଳନା ପାଇଁ ନୂଆ ନିୟମ ସଂପର୍କରେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଆସନ୍ତା ଡିସେମ୍ବର ପହିଲାରୁ ବିଧାନସଭାର ଶୀତକାଳିନ ଅଧିବେଶନ ବସିବାକୁ ଯାଉଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ଆସନ୍ତା 29 ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଛି । ବୈଠକରେ ବିଧାନସଭା ପରିଚାଳନା ସଂପର୍କରେ ଆଲୋଚନା କରାଯିବ । ତେବେ ସିମଳା ଠାରେ ଅନୁଷ୍ଠିତ ବାଚସ୍ପତି ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ବିଧାୟକମାନଙ୍କୁ ଅବଗତ କରାଯିବ । ସିମଲା ବାଚସ୍ପତି ସମ୍ମିଳନୀରେ ବିଧାନସଭାରେ ବିଧାୟକମାନେ କରୁଥିବା ହଟ୍ଟଗୋଳ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ପ୍ରଶ୍ନତ୍ତୋରକାଳରେ କୌଣସି ବିଧାୟକ ହଙ୍ଗାମା କରିପାରିବେନି ବୋଲି ବାଚସ୍ପତି କହିଛନ୍ତି ।

ଅପରପକ୍ଷରେ ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି, ବିରୋଧୀ ଦଳ ତାର ଭୂମିକା ବିଧାନସଭାରେ ଯେପରି ନିର୍ବାହ କରିବା କଥା, କରିବ । ସର୍ବଦଳୀୟ ବୈଠକରେ ଯୋଗଦେବା ବେଳେ ଆମେ ଆମ ମତ ରଖିବୁ । କୌଣସି ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଲ ନ କରିବା ପାଇଁ କେୁଁଠି ନିୟମ ନାହିଁ ବୋଲି ମୋହନ ମାଝୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here