କିଛି ଦିନ ପୂର୍ବେ ସାଓମୀ ନିଜର Redmi 6 ସିରିଜର ତିନୋଟି ସ୍ମାର୍ଟ ଫୋନକୁ ଲଞ୍ଚ୍ କରିଥିଲା. ତେବେ ଏହି ତିନୋଟି ସ୍ମାର୍ଟ ଫୋନ ମଧ୍ୟରୁ Redmi 6 ଓ Redmi 5 ର ଫ୍ଲାସ ସେଲ୍ ଆଜିଠୁ ଆରମ୍ଭ ହୋଇଛି. ଏହି  ଦୁଇ ସ୍ମାର୍ଟ ଫୋନର ଫ୍ଲାସ୍ ସେଲ୍ ଆଜି ଦିନ 12 ଟା ଠାରୁ ଫ୍ଲିପକାର୍ଟ ଓ ସାଓମୀର ଅଫିସିଆଲ୍ ଷ୍ଟୋରରେ ଆୟୋଜିତ କରାଯାଇଛି. ଭାରତ ବଜାରରେ Redmi 6(3 ଜିବି ରାମ୍ ଓ 36 ଜିବି ଷ୍ଟୋରେଜ୍)  ର ବେସ୍ ଭ୍ୟାରିଆଣ୍ଟର ମୂଲ୍ୟ 7,999 ଟଙ୍କା ରହିଛି. ଅନ୍ୟପଟେ ଏହାର ଆଉ ଏକ ଭ୍ୟାରିଆଣ୍ଟର (3 ଜିବି ରାମ୍ ଓ 64 ଜିବି ଷ୍ଟୋରେଜ୍) ବଜାର ମୂଲ୍ୟ 9,499 ଟଙ୍କା ରହିଛି. ସେହିପରି Redmi 5 ର 2 ଜିବି ରାମ୍ ଭ୍ୟାରିଆଣ୍ଟର ବଜାର ମୂଲ୍ୟ 5,999 ଟଙ୍କା ରହିଥିବା ବେଳେ ଏହାର 3 ଜିବି ରାମ୍ ଭ୍ୟାରିଆଣ୍ଟର ମୂଲ୍ୟ 6,999 ଟଙ୍କା ରହିଛି. Redmi 5 ବ୍ଲୁ, ଡାର୍କ, ଗ୍ରେ, ଗୋଲ୍ଡ, ରୋଜ୍ ଗୋଲ୍ଡ,ରେ ଉପଲବ୍ଧ ଥିବା ବେଳେ Redmi 6 ବ୍ଲାକ, ଗୋଲ୍ଡ ଓ ରୋଜ୍ ଗୋଲ୍ଡ ଉପଲବ୍ଧ ହେଉଛି. ତେବେ Redmi 6 ଉପରେ ଥିବା ମୂଲ୍ୟର ଅବଧି କେବଳ ଦୁଇ ମାସ ପାଇଁ. ଦୁଇ ମାସ ପରେ ଏହାର ମୂଲ୍ୟ ବଢିଯିବ ବୋଲି କୁହାଯାଇଛି.

 

LEAVE A REPLY

Please enter your comment!
Please enter your name here