ଭୁବନେଶ୍ବର – ଦେଶବ୍ୟାପୀ କଂଗ୍ରେସ ଚଳାଇଥିବା ସମ୍ବିଧାନ ବଞ୍ଚାଅ ଆନ୍ଦୋଳନ କ୍ରମରେ ରାହୁଲ ଗାନ୍ଧି ଓଡିଶାରେ ସମାବେଶ କରିଛନ୍ତି । ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ସ୍ଲୋଗାନ ଦେଇ କଂଗ୍ରେସ ସାରା ଦେଶରେ ଆନ୍ଦୋଳନ ଜାରି ରଖିଛି । ରାହୁଲ ଗାନ୍ଧୀ ଏହି ଆନ୍ଦୋଳନର ନେତୃତ୍ବ ନେବା ଏବଂ ମୋଦି ସରକାର ଦେଶର ସମ୍ବିଧାନକୁ ବଦଳାଇବା ପାଇଁ ଉଦ୍ୟମ କରିବା ଦେଶ ପାଇଁ ବଡ ବିପଦ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ସମ୍ବିଧାନର ସୁରକ୍ଷା ପାଇଁ ଦେଶବାସୀ ସତର୍କ ରହିବାକୁ ସେ ଆହ୍ବାନ ଦେଇଛନ୍ତି । ଭୁବନେଶ୍ବର ବରମୁଣ୍ଡା ପଡିଆରେ ଆୟୋଜିତ ବିଶାଳ ସମାବେଶକୁ ଉଦବୋଧନ ଦେଇ ରାହୁଲ ଉଭୟ ବିଜେପି ଓ ବିଜେଡିକୁ କଟୁ ସମାଲୋଚନା କରିଛନ୍ତି । କ୍ଷମତା ହାସଲ ପାଇଁ ବିଜେପି ଦେଶର ସମ୍ବିଧାନକୁ ବଦଳେଇବାକୁ ଅପପ୍ରୟାସ କରୁଛି ବୋଲି ସେ ଆକ୍ଷେପ କରିଛନ୍ତି । ସମ୍ବିଧଆନ ଉପରେ ଲଗାତାର ହେଉଥିବା ସରକାରୀ ଆକ୍ରମଣକୁ କଂଗ୍ରେସ ବରଦାସ୍ତ କରିବ ନାହିଁ ବୋଲି ରାହୁଲ କହିଛନ୍ତି । ବିଜେପି ସରକାରର ଇସାରାରେ ନିର୍ବାଚନ କମିଶନ କାର୍ଯ୍ୟ କରୁଥିବା ଅଭିଯୋଗ କରି ରାହୁଲ କହିଛନ୍ତି ମହାରାଷ୍ଟ୍ରରେ ନିର୍ବାଚନ ଚୋରୀ ହୋଇଛି । ବିହାରରେ କ୍ଷମତା ଅକ୍ତିୟାର ପାଇଁ ବିଜେପି ସେଭଳି ଉଦ୍ୟମ କରୁଛି । ତେବେ ବିହାରରେ ସେମିତି ହେବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି ।
ଓଢିଶାରେ ନାରୀ ନିର୍ଯାତନା, ଚାଷୀ ଓ ଆଦିବାସୀ ପ୍ରସଙ୍ଗ ଉଠାଇ ରାହୁଲ ରାଜ୍ୟର ବିଜେପି ସରକାର ଏବଂ ଗତ ଚବିଶ ବର୍ଷ ଧରି ଶଆସନରେ ଥିବା ବିଜେଡିକୁ ସମାଲୋଚନା କରିଛନ୍ତି । ରାହୁଲଙ୍କ ନେତୃତ୍ବରେ ଚାଲିଥିବା ଏହି ଆନ୍ଦୋଳନ ପ୍ରତି ଜନସମର୍ଥନ ବଢୁଥିବାରୁ ସାରା ଦେଶରେ ଏଙା ବିଜେପି ପ୍ରତି ବିପଦ ସୃଷ୍ଟି କରିବାକୁ ଯାଉଛି । ଅନ୍ୟପକ୍ଷରେ ବିଜେପି କହିଛି, ରାହୁଲ ଗାନ୍ଧୀ ବିହାର ନିର୍ବାଚନ ବୈତରଣୀ ପାର ହେବାକୁ ଏମିଚି ଚାଲ୍ ଖେଳିଛନ୍ତି ।
2024 ନିର୍ବାଚନ ପରେ ଏହା ରାହୁଲ ଗାନ୍ଧୀଙ୍କ ପ୍ରଥମ ଓଡିଶା ଗସ୍ତ ହୋଇଥିବାରୁ କଂଗ୍ରେସ କର୍ମୀଙ୍କ ମନରେ ବେଶ୍ ଉତ୍ସାହ ଭରି ଦେଇଛି । ଓଡିଶାରେ କଂଗ୍ରେସ ଦୁର୍ବଳ ହୋଇପଡିଥିବା ବେଳେ ରାହୁଲଙ୍କ ଗସ୍ତ କଂଗ୍ରେସ କର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍ ସଦୃଶ କାମ କରିବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here