ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ ଆଜି କଂଗ୍ରେସ ଓ ବାମଦଳ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ ରାଜ୍ୟର ବହୁ ଜିଲ୍ଲା ଏବଂ ସହରରେ ଦେଖିବାକୁ ମିଳିଛି । ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟଠୁ ନେଇ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ବନ୍ଦର ପ୍ରଭାବ ଟ୍ରେନ ଚଳାଚଳ ଉପରେ ମଧ୍ୟ ପଡିଛି । ୧୧ଟି ଟ୍ରେନର ଯାତାୟତରେ ବିଳମ୍ବ ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ, କଂଗ୍ରେସ ଏବଂ ଏହାର ସମର୍ଥକ ସଂଗଠନ କର୍ମୀଙ୍କ ଧାରଣା ପାଇଁ ରାଜ୍ୟର ୭ଟି ଷ୍ଟେସନରେ ଏକାଧିକ ଟ୍ରେନ ଅଟକି ରହିଛି । ରେଳ ଧାରଣା ଉପରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଟ୍ରେନ ବିଳମ୍ବ ଯୋଗୁଁ ଯାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି । ଓଡିଶା ବନ୍ଦ ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ସକାଳୁ ଭୁବନେଶ୍ୱର ରେଳ ଷ୍ଟେସନରେ ଏଆଇଏଫବି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ସମୟରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।
ବନ୍ଦ ଯୋଗୁଁ ଗୁରୁବାର ଶିକ୍ଷାନୁଷ୍ଠାନ, ପେଟ୍ରୋଲ୍ ପମ୍ପ ଓ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ରାସ୍ତାରେ ରାଜନୈତିକ ଦଳର କର୍ମୀମାନେ ପିକେଟିଂ କରୁଛନ୍ତି। କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ।

LEAVE A REPLY

Please enter your comment!
Please enter your name here