ବାଲେଶ୍ବର ଜିଲ୍ଲା ବସ୍ତା ଥାନା ହଦମୌଦ ଗ୍ରାମରେ ଘଟଣା । ଜଣେ ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ତାହା ପୁଣି ନାବାଳିକାର ଜେଜେବାପାଙ୍କ ନାଁରେ । ପୋଲିସ ଜେଜେବାପାଙ୍କୁ ଥାନାରେ ଅଟକ ରଖିଛି ।

ଖବର ଅନୁଯାୟୀ, ଗତ ରବିବାର ଦିନ ଉକ୍ତ ନାବାଳିକା ଜଣକ ପଡ଼ୋଶୀଙ୍କ ଘରକୁ ଯିବା ସମୟରେ କରୁଣାକର ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ଝିଅର ଚିତ୍କାର ଶୁଣି ପଡୋଶୀ ପିଉସୀ ଆସି ଜେଜେବାପାଙ୍କ ଠାରୁ ନାବାଳିକାକୁ ଉଦ୍ଧାର କରିଥିଲେ । ଏହାପରେ ବାପା ଓ ମାଆ ଘରକୁ ଆସିବା ପରେ ଘଟଣା ସମ୍ପର୍କରେ ନାବାଳିକା ଜଣକ କାନ୍ଦି କାନ୍ଦି ସମସ୍ତ କଥା କହିଥିଲେ । ପରିବାର ଲୋକେ ମଙ୍ଗଳବାର ଏ ସମ୍ପର୍କରେ ଅମର୍ଦ୍ଦାରୋଡ଼ ଫାଣ୍ଡିରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ ଅଭିଯୁକ୍ତ ଜଣକୁ ଅଟକ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here