ଅପାରଗ ବାବୁଙ୍କ ତଥ୍ୟ ମାଗିଲେ ସରକାର। କେଉଁ ବିଭାଗରେ କେତେ ଅପାରଗ ବାବୁ ଅଛନ୍ତି, ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ଏହାର ଟିକନିକ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସବୁ ବିଭାଗକୁ ରିପୋର୍ଟ ଦେବାକୁ କହିଛନ୍ତି। କେଉଁ ଅଧିକାରୀ କେବେ, କେଉଁ ସ୍ଥାନକୁ ଗସ୍ତ କରିଛନ୍ତି ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତୃଣମୂଳସ୍ତରରେ ସରକାରଙ୍କ ଯୋଜନା କେତେଦୂର କାର୍ଯ୍ୟକାରୀ ହୋଇଛି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି । ୭ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଦେବା ପରେ ଅଧିକାରୀ ଏବଂ କର୍ମଚାରୀଙ୍କ କାର୍ଯ୍ୟଶୈଳୀର ଟିକିନିଖି ସମୀକ୍ଷା କରାଯିବ। ଯେଉଁମାନେ ସରକରାଙ୍କ ନିୟମ ଅନୁଯାୟୀ କାର୍ଯ୍ୟ କରୁନାହାଁନ୍ତି ତଥା ଅପାରଗ ବୋଲି ବିବେଚିତ ହେବେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ। ଅଯୋଗ୍ୟ ବାବୁଙ୍କୁ ନେଇ ପ୍ରମାଣ ମିଳିଲେ ସେମାନଙ୍କୁ ଚାକିରିରୁ ବିଦା କରିବାକୁ ନିଷ୍ପତ୍ତି ହୋଇଛି । ସାଧାରଣ ପ୍ରଶାସନ ବିଭାଗର ୨୦୧୯ ସେପ୍ଟେମ୍ବର ୨୪ରେ ସର୍କୁଲାର ଅନୁଯାୟୀ, ସଂପୃକ୍ତ ଅପରାଗ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ।

LEAVE A REPLY

Please enter your comment!
Please enter your name here