ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡଳି ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ଷ୍ଟିମ ପାଇପ ମରାମତି ହେଉଥିବା ବେଳେ ହଠାତ ଭଲ୍ବ ଖୋଲି ଯାଇଥିଲା । ଫଳରେ ଷ୍ଟିମ ପାଇପରୁ ନିର୍ଗତ ତତଲା ପାଣି ପାଇପ ମରାମତି କାର୍ଯ୍ୟରେ ଲାଗିଥିବା ଇଂଜିନିୟର, ଶ୍ରମିକ କର୍ମଚାରୀଙ୍କ ଉପରେ ପଡିଥିଲା । ଏହି ଦୁର୍ଘଟଣାରେ 19 ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ସମସ୍ତ ଆହତ କର୍ମଚାରୀଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେମାନଙ୍କ ମଧ୍ୟରୁ 8 ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥିତ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରଣ କରାଯାଇଛି । ଜଣଙ୍କ ଅବସ୍ଥା ଉଦବେଗଜନକ ଥିବା ସୂଚନା ମିଳିଛି । ଷ୍ଟିମ୍ ପାଇପ ଫାଟି ଅଘଟଣ ଘଟିବା ଏବଂ କର୍ମଚାରୀ ଆହତ ହେବା ନେଇ ଟାଟା ଷ୍ଟିଲ ପ୍ଲାଣ୍ଟର କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here