ଭାରତୀୟ ପରିବାରରେ ସକାଳୁ ଉଠି ଚା ସହ ଖବରକାଗଜ ପଢିବାର ଅଭ୍ୟାସ ସମସ୍ତଙ୍କ ଅଛି. ଯେତେବେଳେ ଆମେ ସମସ୍ତେ ଏହାକୁ ଏକ ଭଲ ଅଭ୍ୟାସ ବୋଲି ଭାବିଥାଉ, ବିଶେଷଜ୍ଞଙ୍କ ମତରେ ଖାଲି ପେଟରେ ଚା ପିଇବା ଏକ ଖରାପ ଅଭ୍ୟାସ ବୋଲି କୁହାଯାଇଛି. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଖାଲି ପେଟରେ ଚା ପିଇବା ଦ୍ୱାରା ଶରୀରର ମେଟାବୋଲିସମ ସିଷ୍ଟମରେ ବାଧା ସୃଷ୍ଟି ହୋଇଥାଏ. ଯେତେବେଳେ ଆପଣ ଖାଲି ପେଟରେ ଚା ପିଉଛନ୍ତି, ସେତେବେଳେ କ୍ଷାରୀୟ ଓ ଅମ୍ଳୀୟ ପଦାର୍ଥ ଏକାଠି ମିଶେ. ଯାହାଫଳରେ  ଏହା ସାଧାରଣ ମେଟାବୋଲିକ୍ ଆକ୍ଟିଭିଟିକୁ କ୍ଷତି ପହଞ୍ଚାଇଥାଏ. ଲମ୍ବା ସମୟ ଧରି ଶୋଇବା କାରଣରୁ ଆମ ଶରୀର ଡିହାଇଡ୍ରେଟ୍ ହୋଇଯାଇଥାଏ. ସେଥିପାଇଁ ସବୁବେଳେ ସକାଳୁ ଉଠିବା ମାତ୍ରେ ଆମକୁ ଖାଲି ପେଟରେ ପାଣି ପିଇବା ପାଇଁ ପରାମର୍ଶ ଦିଆଯାଏ. ବିଶେଷଜ୍ଞଙ୍କ ମତରେ, ପ୍ରକତିରେ  ଚା ହେଉଛି ମୂତ୍ରବର୍ଦ୍ଧକ. ଯେଉଁଥିପାଇଁ ଏହାକୁ ସକାଳୁ ପିଇବା ମାତ୍ରେ ଡିହାଇଡ୍ରେସନ ହେବା ସହ ଶରୀର ଏବଂ ମାଂସପେଶୀରେ କଷ୍ଟ ଅନୁଭୂତ ହୋଇଥାଏ. ଚା ରେ ଥିବା ଚିନିର ପରିମାଣ ମୁହଁରେ ଥିବା ଏସିଡର ମାତ୍ରାକୁ ବୃଦ୍ଧି କରିଥାଏ ଯାହାଦ୍ୱାରା ଦାନ୍ତର ଇନାମେଲ୍ ଲେୟାର ଉପରେ ପ୍ରଭାବ ପକାଇଥାଏ. ଚା ହେଉଛି କ୍ୟାଫେନର ଏଭଳି ଏକ ଉତ୍ସ ଯାହା ଆମକୁ ତତ୍କାଳ ଶକ୍ତି ପ୍ରଦାନ କରିଥାଏ. ବିଶେଷଜ୍ଞଙ୍କ ମତ ଅନୁସାରେ, ଖାଲି ପେଟରେ କ୍ୟାଫେନ ନେବା ଦ୍ୱାରା ନୌସେରେ, ମୁଣ୍ଡବିନ୍ଧା ଓ ମୁଣ୍ଡ ବୁଲାଇବା ପରି ରୋଗ ହୋଇଥାଏ. କ୍ଷୀର ହେଉଛି ଚା ପ୍ରସ୍ତୁତ କରିବାରେ ମୁଖ୍ୟ ଉପାଦାନ. ଯେଉଁଥିରେ ଲାକ୍ଟୋଜ ନାମକ ଦ୍ରବ୍ୟ ଉଚ୍ଚ ମାତ୍ରାରେ ଥାଏ. ଖାଲି ପେଟରେ ଚା ପିଇବା ଦ୍ୱାରା ପେଟ ଗ୍ୟାସ ହେବାର ସମ୍ଭାବନା ମଧ୍ୟ ରହିଥାଏ. ଚା ବଦଳରେ ଆମେ ବଟରମିଲ୍କ, କ୍ୟୁମିନ ୱାଟର କିମ୍ବା ମହୁ ସହ ଲେମନ୍ ୱାଟର ମଧ୍ୟ ପିଇ ପାରିବା. ଏହାକୁ ପିଇବା ଦ୍ୱାରା ଆମକୁ ଇନଷ୍ଚାଣ୍ଟ ଏନର୍ଜି ମିଳିଥାଏ.

LEAVE A REPLY

Please enter your comment!
Please enter your name here