ନବରଙ୍ଗପୁରକୁ ପହଁଚିଲା ନର୍ସିଂ ଛାତ୍ରୀଙ୍କ ମୃତଦେହ। ଭୁବନେଶ୍ୱର ଏମ୍ସ‌ରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କ ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁକୁ ନେଇ ରାଜନୀତୀ ଜୋର୍ ଧରିଛି। ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ବିଜେଡି ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକିଛି।
ରାଇଘର ଡୁମରିମୁଣ୍ଡାର ନର୍ସିଂ ଛାତ୍ରୀ ମୃତ୍ୟୁକୁ ବିଜେଡି ତୀବ୍ର ନିନ୍ଦା କରିଛି।
ଦଳର ଅଭିଯୋଗ — ରାଜ୍ୟରେ ଦିନକୁଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ୁଛି ଏବଂ ସରକାର ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ।

ଏହି ଘଟଣାକୁ ନେଇ ବିଜେଡି ଆଜି ବନ୍ଦ୍ ଡ଼ାକରା ଦେଇଛି।
ଦଳ ସ୍ପଷ୍ଟ କରିଛି — ଯେପର୍ଯ୍ୟନ୍ତ ରାଜ୍ୟର ନାରୀ, ଛାତ୍ରୀ ଓ ନାବାଳିକାଙ୍କ ସୁରକ୍ଷା ସୁନିଶ୍ଚିତ ହେବ ନାହିଁ, ସେମାନଙ୍କ ପାଇଁ ସରାରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରାଯିବ। ବନ୍ଦ ସମୟରେ ସରକାରୀ-ବେସରକାରୀ ସଂସ୍ଥା, ବଜାର, ଦୋକାନ, ସ୍କୁଲ୍‌, କଲେଜ୍‌ ଏବଂ ଯାନଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ।
ହେଲେ ଅଗ୍ନିଶମ, ଆମ୍ବୁଲାନ୍ସ୍‌ ପରି ଜରୁରୀ ସେବାଗୁଡିକ ଚାଲୁ ରହିବ।

LEAVE A REPLY

Please enter your comment!
Please enter your name here