ଭୁବନେଶ୍ବରରେ ନୂତନ ଡିଜାଇନ୍‌ରେ ମେଟ୍ରୋ ପ୍ରକଳ୍ପ ଆରମ୍ଭ କରାଯିବ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ଯେ, ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରକୁ ବିବଦ୍ଧ ପ୍ରସ୍ତାବ ପଠାଯିବ। ଏହି ପାଇଁ ଏକ ନୂତନ କମିଟି ଗଠିତ ହେବ ଯାହା ଅନ୍ୟ ରାଜ୍ୟରେ ଚାଲୁଥିବା ମେଟ୍ରୋ ବ୍ୟବସ୍ଥାକୁ ଅଧ୍ୟୟନ କରିବ। କେନ୍ଦ୍ର ସହଯୋଗରେ ପ୍ରକଳ୍ପ ପୂର୍ଣ୍ଣ କରାଯିବ।

ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀସ୍ତରୀୟ ସବ୍ କମିଟିର ଦ୍ବିତୀୟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଗଲା। ବୈଠକରେ ‘କମ୍ରେହେନସିଭ ମୋବିଲିଟି’ ଯୋଜନା ପ୍ରସ୍ତୁତ ହୋଇଛି। କେଉଁ ଲାଇନରେ ମେଟ୍ରୋ ଚାଲିବ ଓ କେଉଁ ସ୍ଥାନରେ ପର୍କିଂ ବ୍ୟବସ୍ଥା ହେବ, ଏନେଇ ଟେକ୍ନିକାଲ କମିଟି ରିପୋର୍ଟ ପ୍ରସ୍ତୁତ କରିବ। ସେଥିପାଇଁ ସାଧାରଣ ଲୋକଙ୍କ ମତାମତ ମଧ୍ଯ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here