ଖନ୍ତାପଡା:ଅଣ୍ଡା ଟ୍ରକ ଏବଂ ଡ୍ରାଇଭରକୁ ଅପହରଣ ଘଟଣାରେ ଖନ୍ତପଡା ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନାନୁଯାୟୀ, ଦୁବୁର୍ତ୍ତମାନେ ଗତ ୧୮ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଖନ୍ତାପଡା ଅଞ୍ଚଳରୁ ଏକ ଅଣ୍ଡା ବୋଝେଇ ଟ୍ରକ ଏବଂ ଡ୍ରାଇଭରକୁ ଅପହରଣ କରିନେଇଥିଲେ । ଟ୍ରକଟି ଢେଙ୍କାନାଳରୁ ବାଲେଶ୍ୱର ଯାଉଥିଲା । ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରି ଘଟଣାର କିଛି ସମୟ ପରେ ହାତ ଗୋଡ ବନ୍ଧା ଅବସ୍ଥାରେ ଟ୍ରକ ଡ୍ରାଇଭରକୁ ମଙ୍ଗଳପୁର ଏକ ପାହାଡରୁ ଉଦ୍ଧାର କରିଥିଲା । ୮ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରିଥିବା କଥା ବାଲେଶ୍ୱର ସଦର ଏସଡିପିଓ ପ୍ରଭାସ ଚନ୍ଦ୍ର ପାଲ ଖନ୍ତପଡା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଲୁଟ, ଅପହରଣ ଭଳି ଅନେକ ସଙ୍ଗୀନ ମାମଲା ଥିବା କଥା ମଧ୍ୟ ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here