ପୁରୀ ଜିଲ୍ଲାର ବାଲିହରଚଣ୍ଡୀ ପୀଠରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ଏହି ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ମଧ୍ୟରୁ ପ୍ରଧାନ ଅଭିଯୁକ୍ତ ମନୋଜ ବେହେରା ଆନ୍ଧ୍ର ପ୍ରଦେଶର ବୋଲି ପୁଲିସ ସୂଚନା ଦେଇଛି। ପୀଡିତାଙ୍କ ଅଭିଯୋଗ ଆଧାରରେ ପୁରୀ ସଦର ଥାନାରେ ମାମଲା ରୁଜୁ କରାଯାଇଛି। ସେଥି ସହିତ ଯୁବତୀଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ସୂଚନା ଅନୁସାରେ, ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗତ ଶନିବାର ବାଲିହରଚଣ୍ଡୀ ପୀଠକୁ ଦର୍ଶନ ପାଇଁ ଯାଇଥିଲେ । ଏହି ସମୟରେ ସେ ପାଖରେ ଥିବା ଜଙ୍ଗଲ ନିକଟରେ ବସି କଥା ହେଉଥିବା ବେଳେ ସ୍ଥାନୀୟ ଚଣ୍ଡୀଫୁଟ ଗ୍ରାମର ଚାରି ଜଣ ଯୁବକ ସେମାନଙ୍କର ଫଟୋଚିତ୍ର ନେଇ ତାଙ୍କୁ ବ୍ଲାକମେଲିଂ କରିଥିଲେ । ଏହାସହ ସେମାନଙ୍କ ଠାରୁ ୨ ହଜାର ଟଙ୍କା ଛଡାଇ ନେଇଥିଲେ । ଏହାପରେ ସେମାନେ ପୁରୁଷ ବନ୍ଧୁଙ୍କୁ ଏକ ଗଛରେ ବାନ୍ଧି ତାଙ୍କ ଆଗରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ତିନି ଜଣଙ୍କୁ ଉଠାଇ ନେଇଥିବା ବେଳେ ମାଷ୍ଟର ମାଇଣ୍ଡକୁ ଖୋଜୁଥିଲା । ଆଜି ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here