ପ୍ରତିରକ୍ଷା କ୍ଷେତ୍ରରେ ଭାରତ ହାସଲ କରିଛି ଐତିହାସିକ ସଫଳତା । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିଜାଇଲ୍ ଅଗ୍ନି-ପ୍ରାଇମର ସଫଳ ପରୀକ୍ଷଣ କରିଛି । ତେବେ ସବୁଠୁ ବଡ଼ କଥା ହେଉଛି ଏହି କ୍ଷେପଣାସ୍ତ୍ରକୁ ଏକ ଟ୍ରେନରୁ ଉତକ୍ଷେପଣ କରାଯାଇଥିଲା । ଅଗ୍ନି-ପ୍ରାଇମ୍ ମିଜାଇଲ ଏକ ରେଳ-ଭିତ୍ତିକ ମୋବାଇଲ୍ ଲଞ୍ଚରରୁ ଉତକ୍ଷେପଣ କରାଯାଇଥିଲା । ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ , ସେ କହିଛନ୍ତି ଭାରତ ରେଳ-ଭିତ୍ତିକ ମୋବାଇଲ୍ ଲଞ୍ଚର୍ ସିଷ୍ଟମରୁ ମଧ୍ୟମ-ଦୂରଗାମୀ ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳତାର ସହିତ ପରୀକ୍ଷଣ କରିଛି। ଏହି ପରବର୍ତ୍ତୀ ପିଢ଼ିର କ୍ଷେପଣାସ୍ତ୍ର ୨,୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା ପାଇଁ ଡିଜାଇନ୍ କରାଯାଇଛି ଏବଂ ଏଥିରେ ଅନେକ ଉନ୍ନତ ବୈଶିଷ୍ଟ୍ୟ ଅଛି। ସେ ଲେଖିଛନ୍ତି ଯେ ଆଜିର ଏହି ପ୍ରଥମ ପ୍ରକାରର ଉତକ୍ଷେପଣ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଥିବା ରେଳ-ଆଧାରିତ ମୋବାଇଲ୍ ଲଞ୍ଚରରୁ କୌଣସି ପୂର୍ବ ସର୍ତ୍ତ ବିନା ରେଳ ନେଟୱାର୍କରେ ଗତି କରିବାର କ୍ଷମତା ରଖିଛି, ଯାହା ସାରା ଦେଶରେ ବ୍ୟବହାରକାରୀଙ୍କୁ ଗତିଶୀଳତା ପ୍ରଦାନ କରେ ଏବଂ କମ୍ ଦୃଶ୍ୟମାନତାରେ ମଧ୍ୟ କମ୍ ପ୍ରତିକ୍ରିୟା ସମୟ ସହିତ ଉତକ୍ଷେପଣକୁ ଅନୁମତି ଦିଏ। ରାଜନାଥ ସିଂହ ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ଡିଆରଡିଓ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here