ଦିପାବଳୀରେ କେନ୍ଦ୍ର ସରକାର ଦେବେ ବଡ଼ ଉପହାର। ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ବଡ଼ ଖୁସି ଖବର। କେନ୍ଦ୍ର ସରକାର କ୍ୟାବିନେଟ୍ ବୈଠକରେ କାର୍ଯ୍ୟରତ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ବୃଦ୍ଧି କରିଛନ୍ତି। କ୍ୟାବିନେଟ ବୈଠକରେ ୩% ଡିଏ ବୃଦ୍ଧି କରିଛନ୍ତି ଏହି ନିଷ୍ପତ୍ତିରେ ୪୯ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୯ ଲକ୍ଷ ପେନସନଧାରୀ ବ୍ୟକ୍ତି ଉପକୃତ ହେବେ। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ବିନ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଏହି ବର୍ଦ୍ଧିତ DA ଜୁଲାଇ ୧ରୁ ପିଛିଲା ଭାବରେ କାର୍ଯ୍ୟକାରୀ ହେବ। ଏହି ବୃଦ୍ଧି ମୂଲ୍ୟବୃଦ୍ଧିର ପ୍ରଭାବକୁ ମୁକାବିଲା କରିବ ଏବଂ କର୍ମଚାରୀ ଓ ପେନ୍ସନଧାରୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ କରାଯାଇଛି। ଏହି ବୃଦ୍ଧି ପରେ ମହଙ୍ଗା ଭତ୍ତା ମୂଳ ଦରମାର ୫୩% ରୁ ୫୫% କୁ ବୃଦ୍ଧି ପାଇଲା।














