ଜଗତସିଂହପୁର: ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ବିରିଡି ବ୍ଲକ୍ ଅନ୍ତର୍ଗତ ଶଙ୍ଖାରୀସାହି ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ଭାବେ ଗଚ୍ଛିତ ବାଲି ଜବତ କରିଛି। ମିଳିଥିବା ତଥ୍ୟ ଅନୁଯାୟୀ, ଜବତ ହୋଇଥିବା ବାଲିର ପରିମାଣ ୫୦୦ ଟ୍ରିପ୍‌ରୁ ଅଧିକ ହେବ। ସରକାରୀ ନିୟମକୁ ବେଖାତିର କରି ସ୍ଥାନୀୟ ଅଞ୍ଚଳରେ ଏହି ବାଲିକୁ ବେଆଇନ ଭାବେ ଗଚ୍ଛିତ କରି ରଖାଯାଇଥିଲା। ବଜାର ଦର ଅନୁସାରେ ଏହି ଜବତ ବାଲିର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି। ମାଫିଆମାନେ ଏହାକୁ ଚୋରା ଚାଲାଣ କରିବା ଉଦ୍ଦେଶ୍ୟରେ ରଖିଥିବା ବେଳେ ପ୍ରଶାସନ ଏହାର ଖବର ପାଇ ସଫଳତା ପାଇଛି। ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଘଟଣାସ୍ଥଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଲାଗୁ କରାଯାଇଛି।

LEAVE A REPLY

Please enter your comment!
Please enter your name here