ବଜାରରେ ଏବେ ସବୁ ଖାଦ୍ୟ ସାମଗ୍ରୀ ନକଲି । ନକଲି ମସଲା, ଘିଅ, ହଳଦୀ ପରେ ଏବେ ଜବତ ହୋଇଛି ୧ କ୍ୱିଣ୍ଟାଲ ନକଲି ପନିର୍ । ତାହା ପୁଣି କଟକରୁ । ଭାଇଚାରା ସହରରେ ସବୁ ଭେଜାଲ୍ । ଚାଉଳିଆଗଞ୍ଜ ପୋଲିସ ଏବଂ ସିଏମସି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଚଢାଉ କରି ୧ କ୍ୱିଣ୍ଟାଲରୁ ଅଧିକ ନକଲି ପନିର ଜବତ କରିଛି । କୋଲକାତାରୁ ଏକ ବସରେ ଚାଲାଣବେଳେ ଚାଉଳିଆଗଞ୍ଜରୁ ଏହାକୁ ଜବତ କରାଯାଇଛି । ଏହି ଘଟଣାରେ କିଛି ବ୍ୟବସାୟୀଙ୍କୁ ଚାଉଳିଆଗଞ୍ଜ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ଆଗରୁ ମଧ୍ୟ କଟରୁ ନକଲି ସିମେଣ୍ଟ, ଖାଇବା ତେଲ ମଧ୍ୟ ଜବତ କରାଯାଇଥିଲା ।
ଟିକେ ଭାବନ୍ତୁ ତ । ଯେଉଁମାନେ ଗାଁ ଛାଡି ଆସି ବାହାର ସ୍ଥାନରେ ରହୁଛନ୍ତି କିମ୍ବା ଯେଉଁମାନେ ରହିଆସିଲେଣି । ସେମାନେ ସମସ୍ତ ସାମଗ୍ରୀ ମାର୍କେଟରୁ କିଣିବା ପାଇଁ ବାଧ୍ୟ ହେଉଛନ୍ତି । ବିଶେଷକରି କ୍ଷୀର, ଛେନା, ପନିର୍ ଏବଂ ଦହି, ଘିଅ ମଧ୍ୟ କିଣୁଛନ୍ତି । ଆଉ ଦିନକୁ ଦିନ ଯଦି ମାର୍କେଟରେ ନକଲି ସାମଗ୍ରୀର ଚାହିଦା ବଢେ । ତାହେଲେ ଏହି ନକଲି ଖାଦ୍ୟ ଖାଇବା ଦ୍ୱାରା କି ପ୍ରକାର ଅସୁବିଧାରେ ଆମେ ପଡିବା । ପ୍ରଶ୍ନ ଉଠୁଛି, କଟକକୁ କେମିତି ଆସୁଛି ନକଲି ଜିନିଷ? କିଏ କରୁଛି ନକଲି କାରଖାନା, କ’ଣ କରୁଛି ପୋଲିସ୍?

LEAVE A REPLY

Please enter your comment!
Please enter your name here