ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇ ଟିମ୍ ଇଣ୍ଡିଆ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-୨୦ ମ୍ୟାଚ୍ରେ ଭାରତ ବିଜୟ ହୋଇଛି। । ଓ୍ବାଶିଂଟନ ସୁନ୍ଦରଙ୍କ ଧୁଆଁଧାର ୪୯ ରନ୍ ଫଳରେ ଭାରତ ଏହି ମ୍ୟାଚ୍ରେ ବିଜୟ ଲାଭ କରିଛି । ଅଷ୍ଟ୍ରେଲିଆର ହୋବାର୍ଟରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୬ ରନ୍ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ୭୪ ରନ୍ କରିଥିବା ବେଳେ ଷ୍ଟୋଇନିକ୍ସ ୬୪ ରନ୍ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ୨ଟି ଓ୍ବିକେଟ୍ ନେଇଥିଲେ ।ଓଶିଂଟନ ସୁନ୍ଦରଙ୍କ ଧମାକେଦାର ୪୯ ରନ୍ ଇନିଂସ୍ ଦଳକୁ ବିଜୟ ଦେଇଥିଲା। ୧୮୭ ରନ୍ କରି ବିଜୟ ଲାଭ କରିଥିଲା ଭାରତ ଦଳ ।














