ରାଜ୍ୟ କଂଗ୍ରେସକୁ ଲାଗିଛି ବଡ଼ ଝଟକା । କଂଗ୍ରେସ ରିସୋର୍ସ ସେଲର ରାଜ୍ୟ ସଂଯୋଜକ ଅମୀୟ ପାଣ୍ଡବ ପ୍ରାଥମିକ ସଦସ୍ୟ ପଦରୁ ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କୁ ପଠାଇ ଦେଇଛନ୍ତି । ଅମୀୟ ଦଳରୁ ଇସ୍ତଫା ଦେବା ସହ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ସେ ନିଜର ସାମାଜିକ ଗଣ ମାଧ୍ୟମରେ ଏକ ଭିଡ଼ିଓ ଜରିଆରେ ସୂଚନା ଦେଇଛନ୍ତି । ସେ ସ୍ୱେଚ୍ଛାକୃତଭାବେ ରାଜନୀତି ଛାଡ଼ିଛନ୍ତି ବୋଲି କହିଛନ୍ତି । ସେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପରେ ରୋଷ ଝାଡ଼ିଛନ୍ତି । ଭକ୍ତ ଦାସଙ୍କ ଦଳ ପାଇଁ ସେ ଯୋଗ୍ୟ ନୁହଁନ୍ତି ବୋଲି କହିଛନ୍ତି । ସେ ୨୦୧୭ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ। ଦଳରେ ଥିବା ସମୟରେ ସେ କଂଗ୍ରେସ ରିସୋର୍ସ ସେଲର ରାଜ୍ୟ ସଂଯୋଜକ ଭାବେ କାର୍ଯ୍ୟ କରିବା ସହ ଦଳର ସୋସିଆଲ ମିଡିଆ ସେଲ୍ର ଅଧ୍ୟକ୍ଷ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଥିଲେ।













