ଭଦ୍ରକର ଯୁବ ବ୍ୟବସାୟୀ ଭଦ୍ରାଣୀ ଡିଜେ ମାଲିକ ରାମନାରାୟଣ ବଳ ୧୪ କୋଟି ଟଙ୍କା ଠକେଇ ଅଭିଯୋଗରେ ଅପରାଧ ଶାଖା ତାଙ୍କୁ ମଙ୍ଗଳବାର ଗିରଫ କରିଛି।ରାମନାରାୟଣ ଭଦ୍ରକ ଏରଡ଼ାରେ ଭଦ୍ରାଣୀ ମ୍ୟୁଜିକ୍ ,ଭଦ୍ରାଣୀ ମୋବାଇଲ୍ ସୋ ରୁମ୍ ,  ସାଇ ଇଭେଣ୍ଟ ,ଭଦ୍ରାଣୀ ଫୋଟୋଗ୍ରାଫି ଓ ମା ତାରିଣୀ ଟୁର୍ସ ଏଣ୍ଡ୍ ଟ୍ରାଭେଲ୍ସ ନାମରେ ଏକାଧିକ ବ୍ୟବସାୟ କରନ୍ତି । ଶନିବାର ଦିନ ଆର୍ଥିକ ହେରଫେର ଅଭିଯୋଗରେ ଭଦ୍ରକ ବାଇପାସରେ ଥିବା ରାମନାରାୟଣଙ୍କ ବାସଭବନ, ରମ୍ଭିଳା ଫାର୍ମ ହାଉସ ଓ ସାବରଙ୍ଗ ଏରଡ଼ାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରେ ଇଓଡବ୍ଲ୍ୟୁର ୩ଟି ଟିମ ଚଢ଼ଉ କିରଥିଲା । ଚଢ଼ଉ ବେଳେ ୧୪୪ଟି ଦାମୀ ମୋବାଇଲ୍,୧୦ଟି ଦାମୀ ଗାଡି ଓ ଏକାଧିକ ଡିଜେ ଓ ଇଓଡବ୍ଲ୍ୟୁ ଜବତ କରିଥିଲା। ରାମନାରାୟଣଙ୍କ ନାଁରେ ତାଳଚେର, ଭଦ୍ରକ ଓ ବୈଶିଙ୍ଗାରେ ୪ଟି ମାମଲା ରହିଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡିଜିଏମଙ୍କ ଦସ୍ତଖତକୁ ନକଲ କରି ସେ ୯ ଜଣଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଏସବିଆଇ କ୍ୟାପ୍ ସିକ୍ୟୁରିଟି ସଂସ୍ଥାରେ ସେଲ୍ସ ମ୍ୟାନେଜର ଥିଲେ ରାମନାରାୟଣ । ଜଣେ ସାଧାରଣ ସେଲ୍ସ ମ୍ୟାନେଜରରୁ କିଛି ବର୍ଷ ମଧ୍ୟରେ କୋଟି କୋଟି ଟଙ୍କାର ବ୍ୟବସାୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here