ଯାଜପୁର ରୋଡ୍ ଜଖପୁରା ଷ୍ଟେସନ ନିକଟରେ ଟ୍ରାକରୁ ଖସିଯାଇଛି ଟ୍ରେନ। ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି ଏହା ଫଳରେ ଟ୍ରାକ୍ରୁ ୩ଟି ବଗି ଖସିପଡିଛି। ଭଦ୍ରକ ରେସକ୍ୟୁ ଟିମ୍ ସ୍ପଟକୁ ଯାଇ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇନଥିବା ରେଳବାଇ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସଟି ଚେନ୍ନାଇ ଅଭିମୁଖେ ଯାଉଥିଲା ବେଳେ ଆଜି ସକାଳ ପ୍ରାୟ ୮ ଟା ୫୦ ମିନିଟରେ ଟ୍ରାକ୍ ଚେଞ୍ଜ କରୁଥିବା ବେଳେ ଟ୍ରେନ ଟି ଲାଇନଚ୍ୟୁତ ହୋଇ ଯାଇଥିଲା। ଏହାପରେ ଗୋଟିଏ ଏସି ବଗି ଓ ଦୁଇଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଏହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।














