ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ବିନ୍ଦୁସାଗର ପୁଷ୍କରିଣୀ ହେବ ଐତିହ୍ୟ ହ୍ରଦ । ସେ କହିଛନ୍ତି ଯେ,୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏକାମ୍ର ହେରିଟେଜ୍ ପ୍ରକଳ୍ପ କାମ ଶେଷ ହେବ ଓ ସେଥିରେ ନୂଆ ପ୍ରକଳ୍ପ ଯୋଡ଼ା ଯାଇଛି । ବିନ୍ଦୁ ସାଗର ପୁଷ୍କରିଣୀର ପାରିପାର୍ଶ୍ୱିକର ଉନ୍ନତି କରଣ । ବିନ୍ଦୁସାଗର ପୁଷ୍କରିଣୀକୁ ହେରିଟେଜ୍ ହ୍ରଦରେ ପରିଣତ କରାଯିବ । ଏକ ନୂତନ ଇଣ୍ଟରପ୍ରିଟେସନ୍ ସେଣ୍ଟର କରାଯିବାର ପ୍ରସ୍ତାବ ମଧ୍ୟ ରହିଛି । ପାର୍କିଂ ଶେଷରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ ହେବ । ନୂଆ ପ୍ରକଳ୍ପ ପାଇଁ ବଜେଟ ଆହୁରି ବଢିବ ଓ କାମ ପାଇଁ ବଜେଟର କିଛି ଅସୁବିଧା ହେବନି ବୋଲି ଆଇନମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here