ଇସ୍ରାଏଲ ରବିବାର ଇରାନର ରାଜଧାନୀ ତେହରାନରେ ପୁଣି ଥରେ ହମଲା କରିଛି । ଇସ୍ରାଏଲ ତେହରାନର କେନ୍ଦ୍ର ସ୍ଥଳରେ ଟାର୍ଗେଟ୍ କରି ବିସ୍ଫୋରଣ କରୁଛି । ତେହରାନର ପୋଲିସ ମୁଖ୍ୟାଳୟ ଓ ଇରାନ ସରକାରୀ ଟେଲିଭିଜନର ଘର ଉପରେ ହମଲା କରିଛି ଇସ୍ରାଏଲ । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଯଦି ଇରାନ ପାଲଟା ହମଲା କରେ ତେବେ ପରିଣାମ ଭୟଙ୍କର ହୋଇପାରେ । ଟ୍ରମ୍ପ ଏକ ପୋଷ୍ଟର ଜବାବରେ କହିଛନ୍ତି, ଭଲ ହେବ, ଇରାନ ଏମିତି କୌଣସି ପଦକ୍ଷେପ ନ ନେଉ ଯାହାଦ୍ବାରା ସ୍ଥିତି ଗମ୍ଭୀର ହେବ । ସୂଚନା ଅନୁଯାୟୀ, ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଶୋଧ ସ୍ୱରୂପ, ଇରାନ ଇସ୍ରାଏଲ, କତାର,ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, ଓମାନ ଏବଂ କୁୱେତ ଭଳି ଅନେକ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼ କରି ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।

LEAVE A REPLY

Please enter your comment!
Please enter your name here