ଆଜି ଛତିଶଗଡ ବସ୍ତରରେ ଆତ୍ମସମର୍ପଣ କରିଛନ୍ତି ୧୦୮ ନକ୍ସଲ। ଲାଲଗଡ ଛାଡି ଆତ୍ମସମର୍ପଣ କରୁଛନ୍ତି ନକ୍ସଲ। ଏନେଇ ସୂଚନା ଦେଇଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ।ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ଉପରେ ୩ କୋଟି ୯୫ ଲକ୍ଷର ପୁରସ୍କାର ଘୋଷଣା କରିଥିଲେ ଛତିଶଗଡ ସରକାର।ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି,”ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି ୧୦୮ ମାଓବାଦୀ। ଯେଉଁଥିରେ ୬ଟି ଏକେ-47, ଗୋଟିଏ ଏକେ-47 ପିଏଆରଜି , ୧୧ଟି ଇନସାସ୍ ରାଇଫଲ, ୧ କାର୍ବାଇନ, ୫ଟି ଏସଏଲଆର ରାଇଫଲ ରହିଛି । ନକ୍ସଲଙ୍କ ଡ୍ରମ୍ରୁ ମିଳିଛି ୩ କୋଟି ୬୦ ଲକ୍ଷ ଟଙ୍କା ଓ ଏକ କେଜି ସୁନା ।” ନକ୍ସଲ ମାନେ ଏହି ଡ୍ରମ୍କୁ ମାଟି ତଳେ ପୋତିକି ରଖିଥିଲେ ।ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ ଦେଶରୁ ମାର୍ଚ୍ଚ ୩୧ ସୁଦ୍ଧା ମାଓମୁକ୍ତ କରାଯିବ, ସେଥିପାଇଁ ଧୀରେ ଧୀରେ ଆତ୍ମସମର୍ପଣ କରୁଛନ୍ତି ନକ୍ସଲ ।













