ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା ବିଧାନସଭାରେ ଆରମ୍ଭ ହୋଇଛି ମତଦାନ ।ଓଡ଼ିଶାର ୪ଟି ଆସନ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ବିଜେଡ଼ିର ସଂତୃପ୍ତ ମିଶ୍ର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଆସନ ପାଇଁ ଲଢ଼ୁଛନ୍ତି ଓ ଚତୁର୍ଥ ଆସନ ପାଇଁ ବିଜେଡ଼ି-କଂଗ୍ରେସ କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ଓ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଇଦାନରେ ଅଛନ୍ତି । ଚତୁର୍ଥ ଆସନ କିଏ ବାଜିମାତ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ପ୍ରଥମ ଭୋଟ୍ ଦେଇଛନ୍ତି ଓ ପରେ ବିଧାୟକ ଏବଂ ମନ୍ତ୍ରୀମାନେ ଭୋଟ୍ ଦେଉଛନ୍ତି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଜାରି ରହିଛି । ଆଜି ସନ୍ଧ୍ୟା ୫ଟାରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।












