ଆସିଲା ରାଜ୍ୟସଭା ନିର୍ବାଚନର ଫଳାଫଳ । ରାଜ୍ୟସଭା ନିର୍ବାଚନରେ ବିଜେପିର ହୋଇଛି ବଡ଼ ବିଜୟ । ମଇଦାନରେ ଥିବା ୫ ଜଣ ପ୍ରାର୍ଥୀଙ୍କ ମଧ୍ୟର ୪ ଜଣ ବିଜୟୀ ହୋଇଛନ୍ତି। ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ଏବଂ ବିଜେଡ଼ି ପ୍ରାର୍ଥୀ ସଂତୃପ୍ତ ମିଶ୍ର ,ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି । ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା ହୋଇନାହିଁ । ପ୍ରାଥମିକ ସୂଚନା ମୁତାବକ, ପ୍ରାଥମିକ ପର୍ଯ୍ୟାୟ ଗଣତିରେ ମନମୋହନ ସାମଲଙ୍କୁ ୨୯୪୧, ସୁଜିତ କୁମାରଙ୍କୁ ୨୯୪୧ ଓ ସଂତୃପ୍ତ ମିଶ୍ର ୩୧୦୦ ଭୋଟ୍ ମିଳିଛି । ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସର୍ବନିମ୍ନ ୨୩୦୦ ଭୋଟ୍ ମିଳିଥିବାବେଳେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସର୍ବାଧିକ ୩୪୧୮ ଭୋଟ୍ ମିଳିଛି । ବିଜେଡ଼ିରୁ ୮ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା ପ୍ରତାପ ଦେବ ସ୍ପଷ୍ଟ କରିଛନ୍ତି ।କଂଗ୍ରେସରୁ ତିନି ଜଣ ବିଧାୟକ ରମେଶ ଜେନା, ଦାଶରଥୀ ଗୋମାଙ୍ଗୋ ଏବଂ ସୋଫିଆ ଫିର୍ଦ୍ଦୋସ କ୍ରସ ଭୋଟିଂ କରିଥିବା ପିସିସି ସଭାପତି ସ୍ପଷ୍ଟ କରିଛନ୍ତି , ସେହିପରି ବିଜେଡିରୁ ସୁବାସିନୀ ଜେନା, ଦେବୀ ରଂଜନ ତ୍ରିପାଠୀ, ରମାକାନ୍ତ ଭୋଇ, ବିଜେଡ଼ିର ଚକ୍ରମଣି କହଁର, ସୌଭିକ ବିଶ୍ବାଳ, ନବ କିଶୋର ମଲ୍ଲିକ, ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର କ୍ରସ ଭୋଟିଂ କରିଛନ୍ତି।

LEAVE A REPLY

Please enter your comment!
Please enter your name here