ଓଡ଼ିଶାରେ ଚିଟଫଣ୍ଡ ଠକେଇରେ ପୀଡିତ ଲକ୍ଷାଧିକ ନିବେଶକଙ୍କ ପାଇଁ ଆସିଛି ବଡ଼ ଖବର। ସୂଚନା ଅନୁଯାୟୀ,ସରକାରଙ୍କ ପକ୍ଷରୁ ଗ୍ରହୀତ ପଦକ୍ଷେପ ଫଳରେ ଏପର୍ଯ୍ୟନ୍ତ ୪ ଲକ୍ଷ ୨୭ ହଜାର ୪୮୭ ଜଣ କ୍ଷତିଗ୍ରସ୍ତ ନିବେଶକ ନିଜର ଟଙ୍କା ଫେରି ପାଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଗୃହରେ ଲିଖିତ ଉତ୍ତର ରଖିଛନ୍ତି। ଚିଟଫଣ୍ଡ ଘୋଟାଲାରେ ଜଡିତ ସଂସ୍ଥାମାନଙ୍କ ମଧ୍ୟରେ ଗୋଲଡେନ ଲ୍ୟାଣ୍ଡ ଭ୍ୟାଲୁ,ରୋଜ ଭ୍ୟାଲି ଗ୍ରୁପ ଏବଂ ହାଇ-ଟେକ୍‌ ଇଷ୍ଟେଟ୍ ପ୍ରମୋଟର ଗ୍ରୁପ ଥିଲେ। ଏହି ସଂସ୍ଥାମାନଙ୍କ ସହ ଜଡିତ ୮ ଲକ୍ଷ ୭୮ ହଜାର ୯୫୩ ଜଣ ଆବେଦନକାରୀଙ୍କ ମଧ୍ୟରୁ ୩ ଲକ୍ଷ ୨୭ ହଜାର ୬୪୨ ଜଣ ଜମାକାରୀଙ୍କୁ ମୋଟ ୧୨୮ କୋଟି ଟଙ୍କା ଫେରସ୍ଥ କରାଯାଇଛି। ବିଧାନସଭାରେ ଲିଖିତ ଉତ୍ତର ଦେଇ ମୋହନ ଚରଣ ମାଝୀ କହିଛନ୍ତି ଯେ, ଚିଟଫଣ୍ଡ ଠକେଇରେ ପୀଡିତ ପ୍ରତ୍ୟେକ ନିବେଶକଙ୍କୁ ନ୍ୟାୟ ଦେବା ପାଇଁ ସରକାର ପ୍ରତିବଦ୍ଧ। ସରକାରଙ୍କ ଏହି ପ୍ରୟାସ ଆଗାମୀ ଦିନରେ ଆଉ ଅଧିକ ଲୋକଙ୍କୁ ସହାୟତା କରିବ ବୋଲି ଆଶା କରାଯାଉଛି। କମିଶନଙ୍କ ସୁପାରିଶ ଅନୁଯାୟୀ ୯୯ ହଜାର ୮୪୫ ଜଣ କ୍ଷୁଦ୍ର ଜମାକାରୀଙ୍କୁ କର୍ପସ ଫଣ୍ଡରୁ ୪୭ କୋଟି ଟଙ୍କା ଫେରସ୍ଥ କରାଯାଇଛି।

LEAVE A REPLY

Please enter your comment!
Please enter your name here