ଇରାନ ସହିତ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ଏପର୍ଯ୍ୟନ୍ତ କୌଣସି ସମାଧାନରେ ପହଞ୍ଚିନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ସେ ଇରାନ ସହିତ ଆଲୋଚନା ଜାରି ରଖିଛନ୍ତି। କିନ୍ତୁ ଇରାନ ଟ୍ରମ୍ପଙ୍କ ଏମିତି ବୟାନକୁ ପ୍ରତ୍ୟାଖ୍ୟାନ କରି ଚାଲିଛି। ଆଜି ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ଶୀଘ୍ର ଏକ ଚୁକ୍ତିରେ ପହଞ୍ଚି ହରମୁଜ ପ୍ରଣାଳୀକୁ ନ ଖୋଲେ ତେବେ ଏହାର ଶକ୍ତି କେନ୍ଦ୍ର, ତୈଳ କୂପ ଏବଂ ଖାର୍ଗ ଦ୍ଵୀପକୁ ବୋମା ମାଡ଼ କରି ସମ୍ପୂର୍ଣ୍ଣ ଧ୍ଵଂସ କରି ଦେବ। ହର୍ମୁଜ ପ୍ରଣାଳୀ ପରେ, ବାବ ଅଲ-ମାଣ୍ଡେବ ପ୍ରଣାଳୀ ମଧ୍ୟ ବିପଦରେ ଅଛି। ପୂର୍ବରୁ ଟ୍ରମ୍ପ ଏପ୍ରିଲ ୬ ସୁଦ୍ଧା ଇରାନ ଶକ୍ତି କେନ୍ଦ୍ର ଉପରେ ବୋମା ମାଡ଼ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଟ୍ରମ୍ପ ଧମକ ଦେଇଛନ୍ତି ଯେ ଯଦି ଚୁକ୍ତି ନ ହୁଏ, ତେବେ ଇରାନକୁ ଧ୍ୱଂସ କରିଦିଆଯିବ। ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ସହିତ ବୁଝାମଣା ନେଇ ଆଲୋଚନା ଚାଲିଛି ।ଇରାନରେ ଆମର ସାମରିକ ଅଭିଯାନ ବନ୍ଦ କରିବା ପାଇଁ ଗମ୍ଭୀର ଆଲୋଚନା ଚାଲିଛି। ଏଥିରେ ଯଥେଷ୍ଟ ଅଗ୍ରଗତି ହୋଇଛି, କିନ୍ତୁ ଯଦି କୌଣସି କାରଣରୁ, ଶୀଘ୍ର ଏକ ଚୁକ୍ତିନାମା ନହୁଏ ଏବଂ ହର୍ମୁଜ୍ ପ୍ରଣାଳୀ ତୁରନ୍ତ ଖୋଲା ନଯାଏ, ତେବେ ଆମେ ଇରାନରେ ବୋମାମାଡ଼ କରି ସେଠାକାର ସମସ୍ତ ଶକ୍ତି କେନ୍ଦ୍ର, ତୈଳ କୂପ, ଖର୍ଗ ଦ୍ୱୀପ ଏବଂ ଜଳ ଡିସାଲିନେସନ୍ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ବନ୍ଦ କରି ଦିଆଜିବ ।

LEAVE A REPLY

Please enter your comment!
Please enter your name here