
ମଧ୍ୟପ୍ରାଚ୍ୟ ଯୁଦ୍ଧ ଦିନକୁ ଦିନ ଆହୁରି ତୀବ୍ର ହେବାରେ ଲାଗିଛି। ଆମେରିକା, ଇସ୍ରାଏଲ, ଇରାନ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ନାହାଁନ୍ତି। ଏହି ସମୟରେ, ଇସ୍ରାଏଲ ଇରାନର ସର୍ବବୃହତ ପେଟ୍ରୋକେମିକାଲ୍ ଜୋନ୍ ଉପରେ ଏକ ବଡ଼ ଆକ୍ରମଣ କରିଛି। ଇରାନର ପେଟ୍ରୋକେମିକାଲ୍ ଜୋନ୍ ଉପରେ ଇସ୍ରାଏଲୀୟ ଆକ୍ରମଣରେ ପାଞ୍ଚ ଜଣ ପ୍ରାଣ ହରାଇବା ସହ ଅନେକ ଆହତ ମଧ୍ୟ ହୋଇଛନ୍ତି। ଇରାନ ଇରାନ ଇସ୍ରାଏଲୀୟ ଆକ୍ରମଣ ପରେ ପ୍ରତିଶୋଧ ନେଇଛି। ଇରାନ ଏକ କୁଏତ ପାୱାର ପ୍ଲାଣ୍ଟ ଉପରେ ଡ୍ରୋନ୍ ଆକ୍ରମଣ କରିଛି, ଯାହା ଫଳରେ ବହୁ କ୍ଷତି ହୋଇଛି ଏବଂ ଦୁଇଟି ୟୁନିଟ୍ ବନ୍ଦ ହୋଇଯାଇଛି। ଇରାନର ଶୀର୍ଷ କମାଣ୍ଡର ଚେତାବନୀ ଦେଇଛନ୍ତି ଯେ, ଆମେରିକା କିମ୍ବା ଇସ୍ରାଏଲ ଦ୍ୱାରା ଇରାନୀ ଭିତ୍ତିଭୂମି ଉପରେ ଯେକୌଣସି ଆକ୍ରମଣ ପଶ୍ଚିମ ଏସିଆର ସମସ୍ତ ଆମେରିକୀୟ ସାମରିକ ଘାଟି ଏବଂ ଇରାନୀ ଭିତ୍ତିଭୂମି ଉପରେ ବିନାଶକାରୀ ଆକ୍ରମଣର ସମ୍ମୁଖୀନ ହେବ। ଇରାନର ଭିତ୍ତିଭୂମି ଉପରେ ଆକ୍ରମଣ କରିବାକୁ ଟ୍ରମ୍ପଙ୍କ ଧମକର ଜବାବରେ ଇରାନର ମୁଖ୍ୟ କମାଣ୍ଡର ଅଲି ଅବଦୁଲ୍ଲାହି କହିଛନ୍ତି ଯେ, ‘ବାରମ୍ବାର ପରାଜୟ ସ୍ୱୀକାର କରିବା ପରେ ଆମେରିକାର ଆକ୍ରମଣାତ୍ମକ ଏବଂ ଯୁଦ୍ଧପ୍ରିୟ ରାଷ୍ଟ୍ରପତି ଏକ ହତାଶ, ଆତଙ୍କିତ, ଅସନ୍ତୁଳିତ ଏବଂ ମୂର୍ଖତାପୂର୍ଣ୍ଣ ପଦକ୍ଷେପରେ ଇରାନର ଭିତ୍ତିଭୂମି ଏବଂ ଜାତୀୟ ସମ୍ପତ୍ତିକୁ ଟାର୍ଗେଟ କରିବାକୁ ଧମକ ଦେଇଛନ୍ତି। ଇରାନ ସଶସ୍ତ୍ର ବାହିନୀ ଦେଶର ଅଧିକାରକୁ ରକ୍ଷା କରିବା ଏବଂ ଜାତୀୟ ସମ୍ପତ୍ତିକୁ ସୁରକ୍ଷା ଦେବା ପାଇଁ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ସଂକୋଚ କରିବ ନାହିଁ ଏବଂ ଆକ୍ରମଣକାରୀଙ୍କୁ ସେମାନଙ୍କର ସ୍ଥାନ ଦେଖାଇବ।”












