କୋରାପୁଟରେ ପ୍ରାୟ ୧୫ ସେକେଣ୍ଡ୍‌ ପାଇଁ ହେଲା ଭୂକମ୍ପ। ରାତି ୧୧ଟା ୩୧ ମିନିଟ୍‌ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନଗୁଡିକର ସ୍ଥିତି ଅନୁଧ୍ୟାନ କରାଯାଉଛି। ରିକ୍ଟର ସ୍କେଲ୍‌ ଅନୁସାରେ ୪.୪ ସାନ୍ଦ୍ରତାର ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ସେଥିପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଏହି ଭୂମିକମ୍ପରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୩୧ ମିନିଟ୍‌ରେ ହଠାତ ସବୁ କିଛି ଦୋହଲିବାକୁ ଲାଗିଥିଲା। ହଠାତ୍‌ ଘରର ବିଭିନ୍ନ ସାମଗ୍ରୀ ଜୋର୍‌ରେ ଥରି ଉଠିଥିଲା ଯାହା ଫଳରେ ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା। ପ୍ରାୟ ୧୫ ସେକେଣ୍ଡ୍‌ ପର୍ଯ୍ୟନ୍ତ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। କୋରାପୁଟ, ଜୟପୁର ସହର, ସୁନାବେଡ଼ା, ବୋରିଗୁମ୍ମା, ନନ୍ଦପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here