ଭୁବନେଶ୍ୱରରେ ଓଟିପି ସେୟାରିଂ ମାଧ୍ୟମରେ ଗୁପ୍ତ ତଥ୍ୟ ଲିକ୍ କରିବା ଏବଂ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସଂଯୋଗ ରଖିଥିବା ଗୁରୁତର ଅଭିଯୋଗ ସହିତ ସମ୍ପୃକ୍ତ ମାମଲାରେ ଭୁବନେଶ୍ୱର କୋର୍ଟ ବଡ଼ ରାୟ ଦେଇଛନ୍ତି। ପାକିସ୍ତାନୀ ଏଜେଣ୍ଟ ସହ ତଥ୍ୟ ଲିକ୍ ଘଟଣାରେ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶୁଣାଣି ପରେ SDJM ଭୁବନେଶ୍ୱର କୋର୍ଟ ପ୍ରତ୍ୟେକ ଦୋଷୀଙ୍କୁ ୩ ବର୍ଷ କାରାଦଣ୍ଡ ଦଣ୍ଡାଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଅସାବଧାନତା ଯୋଗୁଁ କିମ୍ବା ଯୋଜନାବଦ୍ଧ ଭାବେ OTP ସେୟାର କରି କିଛି ଗୁପ୍ତ ତଥ୍ୟକୁ ଅନ୍ୟ ଜଣଙ୍କ ପାଖରେ ପହଞ୍ଚାଇଥିଲେ। ପରେ ଏହି ତଥ୍ୟଗୁଡ଼ିକ ଦେଶବିରୋଧୀ ଏଜେଣ୍ଟଙ୍କ ସହ ସଂପୃକ୍ତ ଥିବା ସନ୍ଦେହ ହୋଇଥିଲା । ଶୁଣାଣି ସମୟରେ କୋର୍ଟ ୫୬ଟି ଦସ୍ତାବିଜ ଓ ୧୧ ଜଣ ସାକ୍ଷୀଙ୍କୁ ଆଧାର କରି ରାୟ ଦେଇଛନ୍ତି। ସମସ୍ତ ପ୍ରମାଣ ଯାଞ୍ଚ ପରେ କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ କାରାଦଣ୍ଡ ଦଣ୍ଡାଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here