ସମ୍ବଲପୁର ମହିଳା କଲେଜର ଇଂରାଜୀ ଅଧ୍ୟାପକ ଡ଼ଃ ପିତାମ୍ବର ବେହେରାଙ୍କ ବିରୋଧରେ ଛାତ୍ରୀମାନେ ଅଶ୍ଳୀଳ ଟିପ୍ପଣୀ ଓ ଅସଦାଚରଣ ଅଭିଯୋଗ ଆଣିଛନ୍ତି । ଏହି ଘଟଣା ପରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ଢେଙ୍କାନାଳ ଅଟୋନୋମସ୍ କଲେଜକୁ ବଦଳି କରାଯାଇଛି। ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ଇଂରାଜୀ ଅଧ୍ୟାପକ କ୍ଲାସ୍‌ ଓ ବ୍ୟକ୍ତିଗତ ଆଲୋଚନା ସମୟରେ ଅସଭ୍ୟ ଭାଷା ବ୍ୟବହାର କରୁଥିଲେ ଏବଂ ଭୟଭୀତ କରୁଥିଲେ। ଏହାକୁ ନେଇ ସେମାନେ ଇଂରାଜୀ ବିଭାଗ ମୁଖ୍ୟ ମାନସ୍ବିନୀ ପରିଡାଙ୍କୁ ଅବଗତ କରିଥିଲେ। କିନ୍ତୁ ପରେ ତାଙ୍କୁ ମଧ୍ୟ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ମହିଳା ଡିଗ୍ରୀ କଲେଜକୁ ବଦଳି କରାଯିବା ଘଟଣାକୁ ଆହୁରି ସନ୍ଦେହ ସୃଷ୍ଟି କରିଛି। ଡ଼ଃ ବେହେରା ନିଜେ ବିଭାଗ ମୁଖ୍ୟଙ୍କ କଥାବାର୍ତ୍ତାକୁ ଅନୁମତି ବିନା ରେକର୍ଡ କରିଥିବା ଅଭିଯୋଗ ଆସିଛି। ଏନେଇ ପ୍ରିନ୍ସିପାଲଙ୍କୁ ଅଭିଯୋଗ କରିବା ପରେ ଇଣ୍ଟର୍ନାଲ କମ୍ପ୍ଲେଣ୍ଟସ୍ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ଅଭିଭାବକ ଓ ‘ପ୍ରୋଗ୍ରେସିଭ୍ ସମ୍ବଲପୁର’ ପରି ସଂଗଠନମାନେ ପ୍ରତିବାଦ କରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here