ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀକୁ ନେଇ ବିଜେଡିରେ ଛକାପଞ୍ଝା । ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ ଟିକଟ ନ ଦେବାକୁ କର୍ପୋରେଟର ଅମରେଶ ଓରଫ ବାଇଁଆ ଜେନା ଓ ତାଙ୍କ ସମର୍ଥକମାନେ ଦଳ ସୁପ୍ରିମୋଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି । ଯଦି ଦଳ ବୁନୁଙ୍କୁ ଟିକଟ ଦିଏ, ତେବେ ବାଇଁଆଙ୍କ ନେତୃତ୍ବରେ ଏକ ବଡ ଗୋଷ୍ଠୀ ବିଜେପିକୁ ସମର୍ଥନ କରିବେ । ଏଥିପାଇଁ ବୁନୁ ବିରୋଧୀ ଗୋଷ୍ଠୀ ପୁରା ପ୍ରସ୍ତୁତି କରିଛନ୍ତି । ଏପରିକି ବାଇଁଆଙ୍କ ସମର୍ଥକମାନେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭେଟି ଆଲୋଚନା କରିଛନ୍ତି । ବାଇଁଆଙ୍କ ସମର୍ଥକ ତଥା ପୂର୍ବତନ ବିଜେଡି କର୍ପୋରେଟରମାନେ ବିଜେପି ସାଂସଦ ଅପରାଜିତାଙ୍କୁ ତାଙ୍କ ଅଫିସରେ ଭେଟିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନିକଟରେ ଉଭୟ ବୁନୁ ଓ ବାଇଁଆ ଲକ୍ଷ୍ମୀସାଗର ଅଞ୍ଚଳରେ ସମାବେଶ ଆୟୋଜନ କରି ନିଜ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ବାଇଁଆଙ୍କ ସମର୍ଥକମାନେ କହିଛନ୍ତି, ବିଧାୟକଙ୍କ ଦ୍ବାରା ସେମାନ ଗତ ପାଞ୍ଚବର୍ଷ ଧରି ନାନାଦି ହଇରାଣହରକତ ହୋଇଛନ୍ତି । ଏବେ ଆଉ ବରଦାସ୍ତ କରାଯିବ ନାହିଁ । ଯଦି ସୁପ୍ରିମୋ ନ ଶୁଣନ୍ତି, ତେବେ ଦଳକୁ ଭୟଙ୍କର ପରିଣାମ ଭୋଗ କରିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here