ସୋମବାର ପ୍ରଥମ କରି ପାରାଦୀପକୁ ମେମୋ ଟ୍ରେନ ଚଳାଚଳ କରିଛି । ପୂର୍ବତଟ ରେଲୱେ ପକ୍ଷରୁ ଏହି ଟ୍ରେନ ଚଳାଚଳ କରିବ । ପୂର୍ବରୁ ଚାଲୁଥିବା ପାରାଦୀପ-ପଲାସା ଯାତ୍ରୀବାହୀ ଟ୍ରେନ ବଦଳରେ ଏହା ଚାଲିବ । ଦିନକୁ ଥରେ ଏହି ଟ୍ରେନ ଚଳାଚଳ କରିବା ପାଇଁ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ପୂର୍ବ ଯାତ୍ରୀବାହୀ ଟ୍ରେନ ଠାରୁ ମେମୋ ଟ୍ରେନର ସ୍ୱତନ୍ତ୍ରତା ଟିକେ ଭିନ୍ନ । ଏଥିରେ ଆରାମଦାୟକ ସିଟ୍ ରହିଥିବାବେଳେ ତିନୋଟି ଇଞ୍ଜିନ ଆଗ , ମଝି ଓ ପଛରେ ରହିଛି । ପୂର୍ବରୁ ଇଞ୍ଜିନ ବଦଳ ପାଇଁ ଯେଉଁ ସମୟ ଅପଚୟ ହେଉଥିଲା ତାହା ଆଉ ହେବ ନାହିଁ । ଏନେଇ ରେଲୱେ ପକ୍ଷରୁ କୁହାଯାଇଛି । ୧୨ ବଗି ବିଶିଷ୍ଟ ଏହି ଟ୍ରେନ ପାରାଦୀପରେ ୧୨ଟା୫୦ରେ ପହଁଞ୍ଚି ପାରାଦୀପରୁ ପଲାସା ଅଭିମୁଖେ ୧ଟା୪୦ରେ ଛାଡିଛି ।

LEAVE A REPLY

Please enter your comment!
Please enter your name here