ଅନୁଗୋଳ: ଅନୁଗୁଳ ଶ୍ରୀମେଟାଲିକ କାରଖାନାରେ ଏକ ଅଘଟଣ ଘଟିଯାଇଛି । ମେସିନ୍ ସଫା କରୁଥିବା ସମୟରେ ଗ୍ୟାସ୍ ଲିକ୍ ହେବା ଫଳରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଶ୍ରମିକ ମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗାରିପାଲି ବ୍ଲକ ତିନିଗୁଡା ଗାଁର ଶ୍ରୀଧର ବାଗେନା (୩୭), ମଣ୍ଟୁ କୁମାର (୩୨) ଓ ରାଜଗଙ୍ଗାପୁର ସୁନା ଖଣି ଅଂଚଳର ମଙ୍ଗୁଲୁ ମାଝୀ (୪୦) । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କାରଖାନାରେ ମେସିନ୍ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଥିଲା। ସେଠାରେ କାର୍ଯ୍ୟରତ ୬ ଜଣ ଶ୍ରମିକଙ୍କ ମଧ୍ୟରୁ ୩ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୩ ଜଣ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।















