କୋଲକାତା: ପଶ୍ଚିମବଙ୍ଗରେ ପରାଜୟକୁ ଗ୍ରହଣ କରିପାରୁ ନାହାନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ। ବେଙ୍ଗଲରେ ବିଜେପି ବହୁମତ ହାସଲ କରିବା ପରେ ପ୍ରଥମ ଥର ପାଇଁ ଦିଦି ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ କଡା ସମାଲୋଚନା କରିଛନ୍ତି l ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସେ ବେଙ୍ଗଲରେ ନିର୍ବାଚନ ହାରି ନାହାନ୍ତି, ବରଂ ଜନାଦେଶକୁ ବଳପୂର୍ବକ ଲୁଟ କରି ନିଆଯାଇଛି। ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମିଶି ନିର୍ବାଚନ ଆୟୋଗଙ୍କ ବ୍ୟବହାର କରି ଆମକୁ ନିର୍ବାଚନରେ ହରାଇଛନ୍ତି। ତଥାପି ସେ ହାର୍ ମାନି ନାହାନ୍ତି। ପୁଣି ସେ ପ୍ରତ୍ୟାବର୍ତ୍ତନ କରିବେ। ଷଡ଼ଯନ୍ତ୍ରର ଅଭିଯୋଗ କରି ମମତା କହିଛନ୍ତି ଯେ, କୋଲକାତାରୁ ଆରମ୍ଭ କରି ଜଙ୍ଗଲମହଲ ପର୍ଯ୍ୟନ୍ତ ସବୁଠି ସ୍ଥିତି ଏକାଭଳି ଥିଲା। ନିର୍ବାଚନରେ ହାରି ନଥିବାରୁ ସେ ପରମ୍ପରା ଅନୁସାରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆମେ ହାରି ନାହୁଁ। ମୁଁ ହାରି ନାହିଁ। ତେଣୁ ରାଜଭବନ ଯିବି ନାହିଁ। ମୁଁ ଇସ୍ତଫା ଦେବି ନାହିଁ।

LEAVE A REPLY

Please enter your comment!
Please enter your name here