ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ନୂଆ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଛି । ମୋଟ ୮୯ ଜଣ ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ରହିଛନ୍ତି । ବାଲେଶ୍ୱରର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ବିଜେଡ଼ି ଉପ-ସଭାପତି ହୋଇଛନ୍ତି । ଏମାନଙ୍କୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି। ୫ଜଣ ବରିଷ୍ଠ ସାଧାରଣ ସମ୍ପାଦକ ହେଲେ ଜଗତସିଂହପୁରର ରଘୁନାଥ ଦାସ, ବାଲେଶ୍ୱରର ଜୀବନ ପ୍ରଦୀପ ଦାସ, ବାରିପଦାର ସାନନ୍ଦ ମାରାଣ୍ଡି, କଟକ ସଦରର ଚନ୍ଦ୍ର ସାରଥୀ ବେହେରା ଏବଂ ସତ୍ୟବାଦୀର ରାମ ରଞ୍ଜନ ବଳିଆର ସିଂ । ବିଜୁ ଜନତା ଦଳ ୮ଟି ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା କରିଛି । ବିଜ୍ଞପ୍ତି ଅନୁସାରେ ୧୬ ଜଣ ନେତା ଜିଲ୍ଲା ସଭାପତି ଏବଂ କାର୍ଯ୍ୟକାରୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ସାହୁ, ବାଲେଶ୍ୱର ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି ମନ୍ମଥ ରାଉତରାୟ, ବାଲେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗୌତମ ବୁଦ୍ଧ ଦାସ, ଅନୁଗୋଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀ କାନ୍ତ ପ୍ରଧାନ, ବୌଦ୍ଧ କାର୍ଯ୍ୟକାରୀ ସଭାପତି ମହିଧର ରଣା, ଢେଙ୍କାନାଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନରୋତ୍ତମ ସାହୁ ଓ କେନ୍ଦୁଝର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ନିଯୁକ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here