ଭୁବନେଶ୍ବର : ବାଲିଅନ୍ତା ଭିଡ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗରୁ ଫେରି ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ପୋଲିସ ପଦାଧିକାରୀଙ୍କ ଏକ ବୈଠକ ଡାକିଥିଲେ । ବାଲିଅନ୍ତାରେ ପୋଲିସ ସାମନାରେ ଲୋକେ ଜଣେ ଅଭିଯୁକ୍ତକୁ ପିଟି ପିଟି ମାରିଦେବା ଘଟଣାକୁ ନେଇ ସେ କ୍ଷୋଭ ପ୍ରକାଶ କରିବା ସହ ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ପୋଲିସକୁ ତାଗିଦ କରିଛନ୍ତି । କ୍ରାଇମବ୍ରାଞ୍ଚ ତୁରନ୍ତ ଏହି ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତାରେ ଯାଉଥିବା ଯୁବତୀଙ୍କୁ ଅଶାଳିନ ବ୍ୟବହାର କରିଥିବା ଅଭିଯଗରେ ଜିଆରପି କନଷ୍ଟେବଳଙ୍କୁ ସ୍ଥାନୀୟ ଲୋକେ ଅତି ବର୍ବରୋଚିତ ଭାବେ ପିଟି ପିଟି ହତ୍ୟା କରିଥିଲେ । ଏହାକୁ ନେଇ ବିରୋଧୀ ସରକାରଙ୍କୁ ଦାୟୀ କରିଥିବା ବେଳେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here