ଏ ଦୃଶ୍ୟ ଆପଣଙ୍କୁ ବି ବିଚଳିତ କରିଦେବ । ବାପା କଣ ଜାଣିବା ଆଗରୁ ଆରପାରିକୁ ଚାଲିଯାଇଛନ୍ତି ବାପା । କୁନି ଝିଅଟି ବାପାଙ୍କ ପ୍ରତିମୂର୍ତ୍ତିକୁ ଗେଲ କରୁଛି, ବାପାଙ୍କ ସାଙ୍ଗେ ଗୁଣୁ ଗୁଣୁ ହୋଇ କଥା ହେଉଛି । ବାପାଙ୍କ ପାଖରେ ଗେହ୍ଲା ହେଉଛି । ସେ ଜାଣିନି, ତା ବାପା ଆଉ ଏ ଦୁନିଆରେ ନାହାନ୍ତି । ଯେଉଁଠିକି ଯାଇଛନ୍ତି, ଆଉ କେବେ ବି ଫେରିବେନି । ମାତ୍ର କୁନି ଝିଅଟିର ମନରେ ବାପା ଏବେ ବି ଜୀବିତ ଅଛନ୍ତି। ବାପା ୟୁନିଫର୍ମ ପିନ୍ଧି ଅଫିସ ବାହାରିଛନ୍ତି । ଏ ଦୃଶ୍ୟ ହେଉଛି, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନକ୍ସଲ ପ୍ରବଣ ନାରାୟଣପୁର ଜିଲ୍ଲାର । ବର୍ଷେ ତଳେ ନକ୍ସଲ ଗୁଳିରେ ସହିଦ ହୋଇଥିଲେ ପୋଲିସ ଇନସ୍ପେକ୍ଟର ମୂଲଚନ୍ଦ ସିଂ । ତାଙ୍କ ବଳିଦାନର ସ୍ମୃତି ସ୍ୱରୂପ ତାଙ୍କ ଗାଁରେ ତିଆରି ହୋଇଛି ଏକ ପ୍ରତିମୂର୍ତ୍ତି । ଶନିବାର ଥିଲା ତାଙ୍କର ଜନ୍ମଦିନ । ସହିଦ ପୋଲିସ ଅଫିସରଙ୍କ ଜନ୍ମଦିନରେ ତାଙ୍କ ପରିବାର ଲୋକେ ପହଁଞ୍ଚଥିଲେ ପ୍ରତିମୂର୍ତ୍ତିରେ ଫୁଲମାଳ ଦେବାକୁ । ମୃତ୍ୟୁ କଣ ବୁଝିନଥିବା ଝିଅକୁ ଇଏ ହିଁ ବାପା ବୋଲି କୁହାଯାଇଥିଲା । ଆଉ ବାପାଙ୍କ ପାଖରେ ପାଖରେ ପାଇବା ପରେ କୁଣ୍ଢାଇ ଗେଲ କରିଦେଇଥିଲା ସହିଦ ବାପାଙ୍କ ପ୍ରତି କୁନି ଝିଅର ସ୍ନେହ ଦେଖି ସମସ୍ତେ ଅଭିଭୂତ ହୋଇପଡିଥିଲେ ।

LEAVE A REPLY

Please enter your comment!
Please enter your name here