ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛି CBSE ଦ୍ୱାଦଶ ପରୀକ୍ଷା ରେଜଲ୍ଟ। ୧୮.୫ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସାମଗ୍ରିକ ପାସ୍ ହାର ଗତ ବର୍ଷର ୮୮.୩୯ ପ୍ରତିଶତ ତୁଳନାରେ ୮୫.୨୦ ପ୍ରତିଶତକୁ ହ୍ରାସ ପାଇଛି। ଭୁବନେଶ୍ୱର ଅଞ୍ଚଳରେ ପାସ୍ ହାର ୮୧.୭୧ ପ୍ରତିଶତ ରେକର୍ଡ କରାଯାଇଛି।ସୂଚନା ଥାଉ ଯେ, ୨୦୨୬ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୧୭,୮୦,୩୬୫ ଜଣ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୭,୬୮,୯୬୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପ୍ରାର୍ଥୀଙ୍କ ମଧ୍ୟରେ ୧୫,୦୭,୧୦୯ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଥିବା ଘୋଷଣା କରାଯାଇଛି।ଚଳିତ ବର୍ଷ ପରୀକ୍ଷାରେ ପୁଅମାନଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ୮୮.୮୬ ପ୍ରତିଶତ ରହିଛି। ପୁଅମାନଙ୍କ ତୁଳନାରେ ପାସ୍ ହାର ୮୨.୧୩ ପ୍ରତିଶତ – ଯାହା ୬.୭୩ ପ୍ରତିଶତ ପଏଣ୍ଟର ବ୍ୟବଧାନ। ଛାତ୍ରଛାତ୍ରୀ ମାନେ ଏହି ଫଳାଫଳ results.cbse.nic.inରେ ପାଇପାରିବେ।

LEAVE A REPLY

Please enter your comment!
Please enter your name here