ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣି ଅସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଅସୁବିଧା ଦେଖାଦେବାରୁ ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋନିଆଙ୍କ ସହ ପୁଅ ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ହସ୍ପିଟାଲରେ ଉପସ୍ଥିତ ଅଛନ୍ତି। ସୂତ୍ର ଅନୁସାରେ, ସୋନିଆ ଗାନ୍ଧୀଙ୍କର ଆଖିରେ କିଛି ସମସ୍ୟା ଦେଖାଦେଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହା କୌଣସି ଗମ୍ଭୀର ସମସ୍ୟା ନୁହେଁ ଏବଂ ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ପରେ ତାଙ୍କୁ ଖୁବଶୀଘ୍ର ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ସୋନିଆ ଗାନ୍ଧୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଏବଂ ପେଟ ଜନିତ ସମସ୍ୟା କାରଣରୁ ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ସେ ପ୍ରାୟ ୭ ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ୭୭ ବର୍ଷୀୟା ଏହି ବରିଷ୍ଠ ନେତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଂଗ୍ରେସ କର୍ମୀ ଏବଂ ଶୁଭେଚ୍ଛୁମାନେ ନଜର ରଖିଛନ୍ତି।

LEAVE A REPLY

Please enter your comment!
Please enter your name here